ନୂଆଦିଲ୍ଲୀ: ଆରଜି କର ମେଡିକାଲ୍‌ କଲେଜ୍‌ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପ୍ରସଂଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିର ଜବାବ ଦେଇଛନ୍ତି କେନ୍ଦ୍ର ସରକାର। 

Advertisment

ମମତା ଲେଖିଥିବା ଚିଠିର ଜବାବ ଦେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି କି ଏପରି ଲାଗୁଛି କି ତଦନ୍ତ ପ୍ରକ୍ରିୟାରେ ହୋଇଥିବା ବିଳମ୍ବକୁ ଘୋଡ଼ାଇବା ପାଇଁ ଏହା ଏକ ପ୍ରୟାସ। 

ମମତା ତାଙ୍କ ଚିଠିରେ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ପାଇଁ କଠୋର କେନ୍ଦ୍ରୀୟ ଆଇନ ଏବଂ ଆଦର୍ଶ ଦଣ୍ଡ ମାଗିଛନ୍ତି। କେନ୍ଦ୍ର ସରକାର ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟଙ୍କ ଏହି ଚିଠିକୁ ନିନ୍ଦା କରିଛନ୍ତି।

ଅନ୍ନପୂର୍ଣ୍ଣ ଦେବୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ଚିଠିର ଉତ୍ତର ଦେଇ ଲେଖିଛନ୍ତି, ‘‘ଶିଶୁଙ୍କ ଉପରେ ଯୌନ ନିର୍ଯାତନା ମାମଲାର ବିଶେଷ ମୁକାବିଲା ପାଇଁ ବଙ୍ଗଳା ସରକାର ଅତିରିକ୍ତ ୧୧ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ଏଫଟିଏସସି) କାର୍ଯ୍ୟକାରୀ କରିନାହାଁନ୍ତି। ଜଣାପଡୁଛି ଯେ ଏହି ପ୍ରସଙ୍ଗରେ ଆପଣଙ୍କ ଚିଠିରେ ଥିବା ତଥ୍ୟ ବାସ୍ତବରେ ଭୁଲ। ଏଫଟିଏସସି ଗଠନ କରିବାରେ ଯେଉଁ ବିଳମ୍ବ କରାଯାଇଛି ଯାହାକୁ ଘୋଡ଼ାଇବା ପାଇଁ ଏହି ଚିଠି ଲେଖାଯାଇଛି।’’

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ମମତା କେନ୍ଦ୍ର ସରକାରଙ୍କ ନିକଟକୁ ଦ୍ବିତୀୟ ଚିଠି ଲେଖି ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ପାଇଁ କଠୋର କେନ୍ଦ୍ରୀୟ ଆଇନ ଏବଂ ଆଦର୍ଶ ଦଣ୍ଡ ମାଗିଛନ୍ତି।