ଦୁବାଇ ଅଭିମୁଖେ ଯାଉଥିବା ବଂଲାଦେଶର ଯାତ୍ରୀବାହୀ ବିମାନକୁ ଅପହରଣ ଉଦ୍ୟମ

ଢାକା/ ନୂଆଦିଲ୍ଲୀ: ଢାକାରୁ ଭାୟା ଚିଟାଗଙ୍ଗ ଦେଇ ଦୁବାଇ ଅଭିମୂଖେ ଯାଉଥିବା ବାଂଲାଦେଶର ବିମାନ ବାଂଲାଦେଶ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନକୁ କେତେକ ଦୁର୍ବୃତ୍ତ ଅପହରଣ କରିବାକୁ ଉଦ୍ୟମ କରୁଥିବା ବେଳେ ବିମାନଟି ଚିଟାଗଙ୍ଗର ସାହାଅମାନତ ଓ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରିକାଳୀନ ଅବତରଣ କରିଥିବା ଜାଣିବାକୁ ମିଳିଛି।

 

ପ୍ରାଥମିକ ସ୍ତରରେ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅପହର୍ତାମାନେ ବିମାନର ଜନୈକ କ୍ରିୟୁ ମେମ୍ବରଙ୍କ ଉପରେ ଗୁଳି ଚଳାଇଥିବା ଖବର ମିଳିଛି। ଏହି ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଅପହର୍ତାମାନେ ବିମାନ ଭିତରେ ରହିଛନ୍ତି। ତେବେ, ସେମାନେ କେଉଁ ଉଦେଶ୍ୟରେ ଅପହରଣ କରିଛନ୍ତି ଓ ଅପହରଣ ପଛରେ ଅପହର୍ତାମାନଙ୍କର ଉଦେଶ୍ୟ କ’ଣ ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରି ନାହିଁ। ତଥାପି ବାଂଲାଦେଶ ପୁଲିସ୍‌ ଓ ରାପିଡ୍‌ ଆକ୍ସନ ବାଟାଲିୟନ୍‌ର ଯବାନମାନେ ସଂପୃକ୍ତ ବିମାନଟିକୁ ଘେରି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର