ହାଦି ମଟର ବିରୋଧରେ ଲାଗିଲା ହତ୍ୟା ଉଦ୍ୟମ ଦଫା

ନୂଆଦିଲ୍ଲୀ : ବିଶିଷ୍ଟ ଲେଖକ ସଲମାନ ରୁଶଦିଙ୍କ ଉପରେ ଛୁରାମାଡ଼ କରିଥିବା ଆତତାୟୀ ହାଦି ମଟର ବିରୋଧରେ ହତ୍ୟା ଉଦ୍ୟମ, ଶାରିରୀକ ଆକ୍ରମଣ ଦଫା ଲଗାଇଛି ନ୍ୟୁୟର୍କ ପୁଲିସ । ଏ ସଂପର୍କରେ ଚୌତାକ୍ବା କାଉଣ୍ଟି ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଜାସନ ସ୍ମିଡଟ ସୂଚନା ଦେଇଛନ୍ତି । ତା ବିରୋଧରେ ଗତ କାତି ରାତିରେ ଏସବୁ ଦଫା ଲଗାଯାଇଛି ଓ ତାକୁ ବିନା ଜାମିନରେ ରଖାଯାଇଛି । ନ୍ୟୁୟର୍କ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ତେବେ ଏ ସଂପର୍କରେ ଅଧିକ କିଛି କହିବାକୁ ପୁଲିସ ମନା କରିଦେଇଛି ।

ହାଦି ମଟର କାଲିଫର୍ଣ୍ଣିଆରେ ଜନ୍ମଗ୍ରହଣ କରିଥିଲା ଓ ଏବେ ସେ ନ୍ୟୁଜର୍ସିର ଫେୟାରଭ୍ୟୁ ଠାରେ ରହୁଥିଲା ବୋଲି ଜଣାପଡ଼ିଛି ।  ଜଣେ ସିହା ସଂପ୍ରଦାୟର ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ।  ତାର ସୋସିଆଲ ମିଡିଆ ପେଜରୁ ଜଣାପଡ଼ିଛି ଯେ ସେ ସିଆ ବିଚ୍ଛିନ୍ନତାବାଦକୁ ସମର୍ଥନ କରେ ଓ ଇରାନ ତଥା ଇରାନର ରିଭୋଲ୍ୟୁସନାରୀ ଗାର୍ଡ କୋର (ଆଇଆରଜିସି) ର ସମର୍ଥକ । ପୁଣି ତା ଫେସବୁକ ପେଜରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟୋତୋଲ୍ଲା ଖୋମିନିଙ୍କ ଫଟୋ ରହିଛି । ସେ ମଧ୍ୟ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୋଲ୍ଲାର ସମର୍ଥକ ବୋଲି ସଂଦେହ କରାଯାଉଛି ।

ତେବେ ଏହି ଆକ୍ରମଣ ସଂପର୍କରେ କୌଣସି ସୂଚନା ନାହିଁ ବୋଲି ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ପକ୍ଷରୁ କୁହାଯାଇଛି ।

 

ସମ୍ବନ୍ଧିତ ଖବର