ନୂଆଦିଲ୍ଲୀ : କାନାଡ଼ାରୁ ଆମେରିକାକୁ ‌ବେଆଇନ ପ୍ରବେଶ ପାଇଁ ଉଦ୍ୟମ କରି ୮ ଜଣଙ୍କ ମୃତ୍ୟୁ ହୋଇଛି। ଏକ ଭାରତୀୟ ପରିବାର ସମେତ ରୋମାନିଆର ୨ଟି ପରିବାରର ମୋଟ୍‌ ୮ ଜଣ ସଦସ୍ୟ ଏକ ବୋଟ୍‌ ଯୋଗେ ସେଣ୍ଟ୍‌ ଲରେନ୍ସ ନଦୀ ଅତିକ୍ରମ କରୁଥିବା ବେଳେ ସେମାନେ ଦୁର୍ଭାଗ୍ୟବଶତଃ ପାଣିରେ ବୁଡ଼ି ଯାଇଥିଲେ। ଫଳରେ ଉକ୍ତ ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି।

Advertisment

ମୃତକଙ୍କ ମଧ୍ୟରେ ୬ ଜଣ ମଧ୍ୟବୟସ୍କ ଲୋକ ଏବଂ ୨ ଜଣ ଶିଶୁ ଅଛନ୍ତି। ସେଣ୍ଟ ଲରେନ୍ସ ନଦୀର ମାର୍ସି ଅଞ୍ଚଳରୁ ମର ଶରୀରଗୁଡ଼ିକୁ ଉଦ୍ଧାର କରାଯାଇଛି। ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁର ବୟସ ୩ ବର୍ଷରୁ କମ୍‌। ଉକ୍ତ ଶିଶୁ ନିକଟରୁ କାନାଡ଼ା ପାସପୋର୍ଟ ମିଳିଛି। ଅନ୍ୟ ଜଣେ ଶିଶୁ ବି କାନାଡ଼ା ନାଗରିକ। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି।