ହ୍ୱାଟ୍‌ସଆପ୍‌ କଲ୍‌ରେ ଉପସ୍ଥାନ ଦିଅନ୍ତୁ, ପାରୋଲ୍‌ରେ ଥିବା କଏଦୀଙ୍କୁ ନେଇ କୋର୍ଟ ରାୟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପ୍ରଯୁକ୍ତି-ମନସ୍କ ହୋଇ ଏଭଳି ଆଦେଶନାମା ଏପ୍ରିଲ୍‌ ୨୦ ତାରିଖରେ ଜାରି କରିଛନ୍ତି। କରୋନା ଲକ୍‌ଡାଉନ୍‌ ପାଇଁ ଅନେକ ବନ୍ଦୀଙ୍କୁ ପାରୋଲରେ ପଠାଯାଇଥିବା ବେଳେ ସେମାନେ ହ୍ୱାଟ୍‌ସଆପ୍‌ ଭିଡିଓ କଲ୍‌ରେ କିମ୍ବା ଗୁଗଲ ମାନଚିତ୍ରରେ ଡ୍ରପ୍‌-ଏ-ପିନ୍‌ ଦ୍ୱାରା ଅବସ୍ଥିତି ବିନିମୟ କରି ନିଜର ଉପସ୍ଥାନ ଦେଇ ପାରିବେ। ସାଧାରଣତଃ ପାରୋଲ୍‌ରେ ଥିବା ବନ୍ଦୀମାନେ ନିକଟସ୍ଥ ପୁଲିସ୍‌ ଥାନାରେ ହାଜିରା ଦେଇଥାଆନ୍ତି। କିନ୍ତୁ କରୋନା କଟକଣା ପାଇଁ ଚଳପ୍ରଚଳ ଓ ମିଳାମିଶା ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ଦିଲ୍ଲୀ ହାଇକୋର୍ଟ ଏଭଳି ବିକଳ୍ପ ରଖିଛନ୍ତି ଏବଂ କହିଛନ୍ତି ଯେ ଅଦାଲତର ବିନା ଅନୁମତିରେ ନଗର ଛାଡ଼ିପାରିବେ। ପୋକ୍‌ସୋ ମାମଲାରେ ଫସିଥିବା ଜଣେ ୭୩ ବର୍ଷୀୟ ବିଦ୍ୟାଳୟଶିକ୍ଷକଙ୍କ ଆହ୍ୱାନ ଆବେଦନର ବିଚାର କରି କୋର୍ଟ ଏଭଳି ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର