ମହଙ୍ଗା ପଡ଼ିଲା ସୁପ୍ରିମକୋର୍ଟକୁ ନେଇ କଟାକ୍ଷ : ଷ୍ଟାଣ୍ଡ ଅପ୍ କମେଡ଼ିଆନ୍ କୁନାଲ କାମରାଙ୍କ ବିରୋଧରେ ହେବ ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପର୍କରେ ବିବାଦୀୟ ଟ୍ୱିଟ୍ କରି ଅଡୁଆରେ ପଡ଼ିଛନ୍ତି ଷ୍ଟାଣ୍ଡ ଅପ୍ କମେଡ଼ିଆନ୍ କୁନାଲ କାମରା । କୁନାଲ କାମରାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ପାଇଁ ସହମତି ଦେଇଛନ୍ତି ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ । ରିପବ୍ଲିକ୍ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ୍ ମିଳିବା ପରେ ମାନ୍ୟବର କୋର୍ଟଙ୍କ ରାୟକୁ ତାତ୍ସଲ୍ୟ ଓ କଟାକ୍ଷ କରିଥିଲେ କୁନାଲ କାମରା ।

ସେ ଟ୍ୱିଟରେ ଲେଖିଥିଲେ- ଦେଶର ସୁପ୍ରିମକୋର୍ଟ ବର୍ତମାନ ସୁପ୍ରିମ୍ ଜୋକ୍ ପାଲଟି ଯାଇଛି । ସେହିପରି ସୁପ୍ରମିକୋର୍ଟର ସମ୍ମାନ ବହୁ ଦିନରୁ ଚାଲିଯାଇଛି ବୋଲି ଟ୍ୱିଟ୍ କରିଥିଲେ କାମରା । ସେହିପରି ସୁପ୍ରିମକୋର୍ଟର ଏକ ଫଟୋ ଚିତ୍ର ସେୟାର କରିଥିଲେ କୁନାଲ କାମରା । ଯେଉଁଥିରେ ସୁପ୍ରିମକୋର୍ଟ .ସୌଧର ରଙ୍ଗକୁ ଗେରୁଆ ରଙ୍ଗରେ ରଙ୍ଗାୟିତ କରାଯାଇଥିଲା ଏବଂ ସାମ୍ନାରେ ଜାତୀୟ ପତାକା ବଦଳରେ ଭାରତୀୟ ଜନତା ପାର୍ଟିର ପତକା ଲାଗାଯାଇଥିଲା । ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ଆଟର୍ଣ୍ଣି ଜେନେରାଲ ଅଫ୍ ଇଣ୍ଡିଆ । ଆଟର୍ଣ୍ଣି ଜେନେରାଲ ତାଙ୍କ ପ୍ରତିକ୍ରିୟାରେ ଲେଖିଛନ୍ତି- ଏହା ହାସ୍ୟରସର ସବୁ ସୀମା ଟପି ଯାଇଛି । ଏହା ହୁମର ନୁହେଁ ବରଂ ଅଦାଲତ ଅବମାନନା ।

ସମ୍ବନ୍ଧିତ ଖବର