ଦାଉଦର ସହଯୋଗୀ ଇକବାଲ ମୀରଚିର ସଂପତ୍ତି ନିଲାମ ଯୋଜନା ବିଫଳ, ନିଲାମ ଡାକିବାକୁ ଗ୍ରାହକ ଆସିଲେନି

ମୁମ୍ବାଇ : ମୁମ୍ବାଇରେ ଥିବା ଅଣ୍ଡରଓ୍ଵାର୍ଲଡ ଡନ ଦାଉଦ ଇବ୍ରାହିମର ମୁଖ୍ୟ ସହଯୋଗୀ ଇସବାଲ ମୀରଚିର ୬ଟି ଅସ୍ଥାବର ସମ୍ପତ୍ତି ନିଲାମ ପାଇଁ ସରକାରଙ୍କ ଯୋଜନା ଫସର ଫାଟିଯାଇଛି । କାରଣ ଏହି ନିଲାମରେ କୌଣସି ବ୍ୟକ୍ତି ଅଂଶଗ୍ରହଣ କରିନାହାନ୍ତି ।
ମୁମ୍ବାଇର ସାନ୍ତାକ୍ରୁଜ ପଶ୍ଚିମରେ ମିରଚିର ୨ଟି ବିଳାଶମୟ ଫ୍ଲାଟ୍‌ ରହିଛି । ଏଗୁଡ଼ିକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ଜବତ କରାଯାଇ ନିଲାମ କରିବାକୁ ଆଜି ଆୟୋଜନ କରାଯାଇଥିଲା ।
ଏହି ଫ୍ଲାଟ ଦୁଇଟିର ରିଜର୍ଭ ପ୍ରାଇସ ୩.୪୫ କୋଟି ଟଙ୍କା ରଖାଯାଇଥିଲା । କିନ୍ତୁ ଏହି ନିଲାମ ଡାକିବାକୁ ଆଜି କେହି ଆସିଲେ ନାହିଁ । ବଜାର ଦରଠାରୁ ଅଧିକ ରିଜର୍ଭ ପ୍ରାଇସ ରଖିବା ଓ ଅଣ୍ଡଓ୍ଵାର୍ଲଡ ଲୋକମାନଙ୍କ ସଂପତ୍ତି କିଣିବାକୁ ଭୟ ଫଳରେ କୌଣସି ବ୍ୟକ୍ତି ଏସବୁ ସଂପତ୍ତି କିଣିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି ବୋଲି ଅତିରିକ୍ତ କମିଶନର ରୁଡଲଫ ଡିସୁଜା କହିଛନ୍ତି । ତେବେ ଏହି ରିଜର୍ଭ ପ୍ରାଇସ କମାଇ ଆଉ ଥରେ ନିଲାମ ଡକାଯିବ । ଅନ୍ୟପକ୍ଷରେ ଏହି ସଂପତ୍ତି କିଣିବାକୁ ଥିବା ଗ୍ରାହକମାନଙ୍କ ସୁରକ୍ଷା ଉପରେ ସରକାର ନଜର ଦେବେ ବୋଲି ସେ କହିଛନ୍ତି । ତେବେ କିଛି ବର୍ଷ ତଳେ ମଧ୍ୟପ୍ରଦେଶେରେ ଥିବା ମିରଚିର ବଙ୍ଗଳାକୁ ସରକାର ୬ କୋଟି ଟଙ୍କାରେ ନିଲାମ କରିଦେଇଥିଲେ ।

ସମ୍ବନ୍ଧିତ ଖବର