ଏହି ସ୍ଥାନରେ ଆରମ୍ଭ ହୋଇଛି ମୋଦୀଙ୍କୁ ମିଳିଥିବା ଉପହାରର ନିଲାମ : ୨ଶହ ଟଙ୍କାରୁ ଆରମ୍ଭ ହୋଇ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ଏହାର ମୂଲ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ଦେଶରୁ ମିଳିଥିବା ଉପହାରଗୁଡ଼ିକର ପ୍ରଦର୍ଶନୀ ଓ ଇ-ନିଲାମ ଶନିବାର ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ସ୍ଥିତ ନ୍ୟାସନାଲ ଗ୍ୟାଲେରି ଅଫ୍‌ ମର୍ଡନ ଆର୍ଟରେ  ଆରମ୍ଭ କରାଯାଇଛି।

ଜାତୀୟ ଆଧୁନିକ କଳା ସଂଗ୍ରହାଳୟରେ  ଶାଲ, ପଗଡ଼ି ଓ ଜ୍ୟାକେଟ ସମେତ ୨,୭୦୦ରୁ ଅଧିକ ଉପହାରକୁ  ଆଜିଠାରୁ ଅକ୍ଟୋବର ୩ ପର୍ଯ୍ୟନ୍ତ www.pmmementos.gov.inରେ ନିଲାମ କରାଯିବ। ଜାତୀୟ ଆଧୁନିକ କଳା ସଂଗ୍ରହଳୟରେ ସକାଳ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ‘ସ୍ମୃତି ଚିହ୍ନ’ ନାମରେ ପାଖାପାଖି ୫୦୦ଟି ଉପହାରକୁ  ପ୍ରଦର୍ଶନୀ ପାଇଁ ଲଗାଯାଇଛି। ତେବେ ଏହି ସ୍ମୃତି ଚିହ୍ନକୁ ପ୍ରତି ସପ୍ତାହରେ ବଦଳା ଯିବ ବୋଲି କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି।

ମୋଦୀଙ୍କ ଉପହାରରେ ପେଣ୍ଟିଂ, ସ୍ମୃତି ଚିହ୍ନ, ମୂର୍ତ୍ତି, ଶାଲ, ପଗଡ଼ି, ଜ୍ୟାକେଟ ଓ ପାରମ୍ପରିକ ସଙ୍ଗୀତ ବାଦ୍ୟଯନ୍ତ୍ର ଆଦି ସାମିଲ ରହିଛି। ଜଣେ ଚାହିଁଲେ ଅନ୍‌ ଲାଇନରେ ମଧ୍ୟ ଏହାକୁ କ୍ରୟ କରିପାରିବେ। ଏହାର ମୂଲ୍ୟ ୨ଶହ ଟଙ୍କାରୁ ଆରମ୍ଭ ହୋଇ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ସ୍ମୃତିିଚିହ୍ନରେ ୫୭୬ଟି ଶାଲ, ୯୬୪ଟି ପୋଷାକ, ୮୮ଟି ପଗଡ଼ି ଓ ବିଭିନ୍ନ ଜ୍ୟାକେଟ ଆଦି ସାମିଲ ରହିଛି। ମୋଦୀ ନିଜେ ଲୋକମାନଙ୍କୁ ଏଥିରେ ଭାଗ ନେବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର