ଶାହାବାଜ ସରକାରଙ୍କ ସହ ସାଉଦି ଆରବ କରୁଛି ବଡ଼ ଯୋଜନା: ପାକ୍‌ରେ ପହଞ୍ଚିଲେ ୫୦ ଜଣିଆ ପ୍ରତିନିଧୀ ଦଳ

ନୂଆଦିଲ୍ଲୀ: ସାଉଦି ଆରବର ଏକ ବିଶେଷ ପ୍ରତିନିଧୀ ଦଳ ପାକିସ୍ତାନରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ସମ୍ଭାବନା ବିଷୟରେ ଅନୁସନ୍ଧାନ କରିବେ। ଏହି ପ୍ରତିନିଧି ଦଳରେ ୩୦ ଟି କମ୍ପାନୀର ପ୍ରତିନିଧୀ ଅନ୍ତର୍ଭୁକ୍ତ ଅଛନ୍ତି । ପାକିସ୍ତାନର ଖଣି ଉପରେ ସାଉଦି ଆରବ ନଜର ରଖିଛି । ଏଥି ସହିତ ପାକିସ୍ତାନ ମଧ୍ୟ ସାଉଦି ଠାରୁ ବଡ ପୁଞ୍ଜି ବିନିଯୋଗ ଆଶା କରୁଛି ।

ଦାରିଦ୍ର୍ୟର ଦ୍ଵାରଦେଶରେ ଠିଆ ହେଇଥିବା ପାକିସ୍ତାନକୁ ଏହି ସମୟରେ ସାଉଦି ଆରବ ଟିକେ ଦୟା ପରବଶ ହେଇଛି । ଶାହାବାଜ ସରକାରଙ୍କ ସହ ସାଉଦି ଏକ ବଡ ଯୋଜନା କରୁଛି । ପୁଞ୍ଜି ବିନିଯୋଗ ସମ୍ଭାବନା ଦେଖି ସାଉଦି ପାକିସ୍ତାନରେ କିଛି ବଡ କରିବାକୁ ଚାହୁଁଛି । ଏଥିପାଇଁ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପାକିସ୍ତାନକୁ ୫୦ ଜଣିଆ ଏକ  ବିଶେଷ ପ୍ରତିନିଧି ଦଳ ପଠାଇଛନ୍ତି । ଏହି ଲୋକମାନେ ପାକିସ୍ତାନରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ସମ୍ଭାବନା ଅନୁସନ୍ଧାନ କରିବେ ।  ସାଉଦି ଆରବର ଡେପୁଟି ନିବେଶ ମନ୍ତ୍ରୀ ଇବ୍ରାହିମ ଆଲମୁବାରକଙ୍କ ନେତୃତ୍ୱରେ ଏକ ୫୦ ଜଣିଆ ପ୍ରତିନିଧୀ ଦଳ ପାକିସ୍ତାନରେ ପହଞ୍ଚିଛନ୍ତି । ସାଉଦି ପ୍ରତିନିଧି ଦଳକୁ ପାକିସ୍ତାନ ବାଣିଜ୍ୟ ମନ୍ତ୍ରୀ ଜାମ କମଲ ଖାନ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ମୁସାଦିକ ମାସୁଦ ମଲିକ ସ୍ୱାଗତ କରିଛନ୍ତି । ଏହି ୫୦ ଜଣିଆ ପ୍ରତିନିଧୀ ଦଳରେ ୩୦ ଟି କମ୍ପାନୀର ପ୍ରତିନିଧୀ ଅନ୍ତର୍ଭୁକ୍ତ ଅଛନ୍ତି ।  ୫୦ ଜଣିଆ ସଦସ୍ୟଙ୍କ ଏହି ପ୍ରତିନିଧୀ ଦଳ ରବିବାର ଦିନ ଇସଲାମାବାଦରେ ପହଞ୍ଚିଛନ୍ତି ।

ଦୁଇ ଦେଶ ମଧ୍ୟରେ ନିବେଶ ସମ୍ମିଳନୀ ସୋମବାର ଠାରୁ ଆରମ୍ଭ ହେବ। ଏଥିରେ ଉଭୟ ଦେଶର କମ୍ପାନୀର ଅଧିକାରୀମାନେ ଅଂଶଗ୍ରହଣ କରିବେ । ଉଭୟ ଦେଶରେ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ହେଉଛି ନିବେଶ ସମ୍ମିଳନୀର ଉଦ୍ଦେଶ୍ୟ ।  ଅଧିକାରୀ କହିଛନ୍ତି ଯେ ଏହି ପ୍ରତିନିଧୀ ଦଳ ପାକ୍-ସାଉଦି ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କ ସହ ବ୍ୟବସାୟିକ ସମ୍ପର୍କକୁ ମଜବୁତ କରିବା ପାଇଁ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିବେ ।

 

ସମ୍ବନ୍ଧିତ ଖବର