ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଶେଷ ହେବା ସହ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏବେ ତତ୍ପରତା ବଢ଼ିଛି। ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତିକୁ ଆଗକୁ ବଢ଼ାଇବା ପାଇଁ ରଣନୀତି ତିଆରି କରୁଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ ମଧ୍ୟ ଏ ଦିଗରେ ପାଦେ ଆଗେଇ ଚଳିତ ମାସ ୨୭ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହି ବୈଠକରେ ଯୋଗଦେବାପାଇଁ ଦେଶର ୭ଟି ଜାତୀୟ ଦଳ ସହିତ ୫୧ଟି ଆଞ୍ଚଳିକ ଦଳମାନଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଆମନ୍ତ୍ରଣ ପଠାଯାଇଥିବା ଜଣାପଡ଼ିଛି। ଏଥିରେ ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର ଅଂଶଗ୍ରହଣ କରିବେ। ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ବିଭିନ୍ନ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହିତ ନିକଟରେ କେନ୍ଦ୍ରୀୟ ନିର୍ବାଚନ କମିସନ ୨-୩ ପର୍ଯ୍ୟାୟ ବୈଠକ କରିବେ। ବୈଠକରେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କର ବିଭିନ୍ନ ପ୍ରସଙ୍ଗ ଏବଂ ସମସ୍ୟା ସଂପର୍କରେ କମିସନ ଅବଗତ ହେବେ। ୨୭ ତାରିଖ ସର୍ବଦଳୀୟ ବୈଠକରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା, ଇଭିଏମ୍ ଏବଂ ଭିଭିପିଏଟିର ସୁପରିଚାଳନା, ପେଡ୍ ନ୍ୟୁଜ୍ ପ୍ରସଙ୍ଗ, ଆଚରଣ ବିଧି ଆଦି ସଂପର୍କରେ ବିସ୍ତତ ଆଲୋଚନା ହେବ।
ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ
ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି
/sambad/media/post_attachments/wp-content/uploads/2018/08/10_08_2018-loksabha_18302633_221956206.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)