ନୂଆଦିଲ୍ଲୀ: ୧୯୮୩ ମସିହା ପରଠାରୁ ଏବର୍ଷ ଅଗଷ୍ଟ ମାସରେ ଦେଶରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି। ୧୯୮୩ ଅଗଷ୍ଟରେ ୨୪% ଅତିରିକ୍ତ ବର୍ଷା ହୋଇଥିବା ବେଳେ ଏ ବର୍ଷ ମଧ୍ୟ ସମପରିମାଣର ଅତିରିକ୍ତ ବୃଷ୍ଟିପାତ ହୋଇଛି। ୧୯୨୬ ମସିହା ଅଗଷ୍ଟ ମାସରେ ୩୩% ଅତିରିକ୍ତ ବୃଷ୍ଟିପାତ ହୋଇଥିଲା।
ଭାରତର କେତେକ ଅଞ୍ଚଳ ବିଶେଷକରି କେନ୍ଦ୍ରୀୟ ଅଞ୍ଚଳ ଏବଂ ଗୁଜରାଟ ଓ ରାଜସ୍ଥାନ ସମେତ ପଶ୍ଚିମ ଭାରତ ଅଗଷ୍ଟ ମାସର ପ୍ରଥମ ତିନି ସପ୍ତାହରେ ଅତିରିକ୍ତ ବୃଷ୍ଟିପାତ ହୋଇଥିଲା। ଅଗଷ୍ଟ ୧୨ ତାରିଖରେ ଶେଷ ହୋଇଥିବା ସପ୍ତାହରେ ୧୩%, ୧୯ ତାରିଖରେ ହୋଇଥିବା ସପ୍ତାହରେ ୪୨% ଏବଂ ଅଗଷ୍ଟ ୨୬ ତାରିଖରେ ଶେଷ ହୋଇଥିବା ସପ୍ତାହରେ ୪୧% ଅତିରିକ୍ତ ବର୍ଷା ହୋଇଛି।
/sambad/media/post_attachments/wp-content/uploads/2020/08/rain-4.jpg) Image Courtesy of Hindustan Times
 Image Courtesy of Hindustan Timesଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସାପ୍ତାହିକ ପାଣିପାଗ ରିପୋର୍ଟରେ କହିଛି ଯେ, ଅନ୍ୟୂନ ସେପ୍ଟେମ୍ବର ୩ ତାରିଖଯାଏଁ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ। ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ଅଞ୍ଚଳ ଦେଖା ଦେଇ ନ ଥିବାରୁ ବୃଷ୍ଟିପାତ ହ୍ରାସ ପାଇପାରେ। ଅଗଷ୍ଟ ମାସରେ ସୃଷ୍ଟ ୫ଟି ଲଘୁଚାପ ପୂର୍ବ, କେନ୍ଦ୍ରୀୟ ଓ ପଶ୍ଚିମ ଭାରତରେ ବ୍ୟାପକ ବର୍ଷା କରାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/august-rain.jpg)
