ମୁମ୍ବାଇ: ମହାରାଷ୍ଟ୍ରରେ ଔରଙ୍ଗଜେବ ନେଇ ଉତ୍ତେଜନା ମଧ୍ୟରେ, ବୁଧବାର ଆରଏସ୍ଏସ୍ ଖୋଲାଖୋଲି ଭାବରେ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛି। ନାଗପୁରରେ ହୋଇଥିବା ହିଂସାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନିନ୍ଦା କରିଛି। ସଂଘ ଏହା ମଧ୍ୟ କହିଛି ଯେ, ଯେକୌଣସି ପ୍ରକାରର ହିଂସା ସମାଜ ପାଇଁ କ୍ଷତିକାରକ। କେବଳ ଏତିକି ନୁହେଁ, ସଂଘ ୧୭ ଶତାବ୍ଦୀର ମୋଗଲ ସମ୍ରାଟ ଔରଙ୍ଗଜେବ 'ଅପ୍ରାସସଙ୍ଗିକ' ବୋଲି କହିଛି। ସଂଘର ଆଗାମୀ ତିନି ଦିନିଆ ଜାତୀୟ ବୈଠକ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରଏସଏସର ମୁଖ୍ୟ ମୁଖପାତ୍ର ସୁନୀଲ ଆମ୍ବେକର ଏହି ମନ୍ତବ୍ୟ ଦେଇଛନ୍ତି।
ଅଖିଳ ଭାରତୀୟ ପ୍ରତିନିଧି ସଭା (ଏବିପିଏସ)ର ଏହି ବୈଠକ ୨୧ ରୁ ୨୩ ମାର୍ଚ୍ଚ ମଧ୍ୟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଆରଏସ୍ଏସ୍ର ଏହି ବିବୃତି ଏକକାଳୀନ ଅନେକ ବଡ଼ ବାର୍ତ୍ତା ଦେଇଛି। ଯେଉଁଭଳି ଭାବରେ ଆରଏସ୍ଏସ୍ ଔରଙ୍ଗଜେବ ଅପ୍ରାସଙ୍ଗିକ ଘୋଷଣା କରିଛି, ତାହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସଂଘ ସ୍ପଷ୍ଟ କରିଛି ଯେ, ସଂଘ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ସହିତ ଅଛି। ଏହା ସହିତ ସଂଘ ବିରୋଧୀଙ୍କୁ ପରାମର୍ଶ ଦେଇଛି। ମୋଗଲମାନଙ୍କ ବିରୁଦ୍ଧରେ ସଂଘର ମତ କ’ଣ, ତାହା ମଧ୍ୟ ଏହି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି।
ହାଇଲାଇଟ୍ସ :ଔରଙ୍ଗଜେବଙ୍କ ଉପରେ ଉତ୍ତେଜନା ମଧ୍ୟରେ ଆରଏସ୍ଏସ୍ର ସ୍ପଷ୍ଟ ମତ
ଆରଏସ୍ଏସ୍ର ମୁଖ୍ୟ ମୁଖପାତ୍ର ସୁନୀଲ ଆମ୍ବେକର କହିଛନ୍ତି, ଆଜିର ଯୁଗରେ ଔରଙ୍ଗଜେବ ପ୍ରାସଙ୍ଗିକ ନୁହେଁ
ନାଗପୁର ହିଂସା ଉପରେ ଆରଏସ୍ଏସ୍ କହିଛି, ଯେକୌଣସି ପ୍ରକାରର ହିଂସା ସମାଜ ପାଇଁ କ୍ଷତିକାରକ
ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କୁ ନେଇ ଚାଲିଥିବା ବିବାଦ ଏବଂ ନାଗପୁରରେ ତାଙ୍କ ସମାଧିକୁ ନେଇ ଘଟିଥିବା ହିଂସା ମଧ୍ୟରେ, ଆରଏସ୍ଏସ୍ ସ୍ପଷ୍ଟ ଭାବରେ କହିଛି ଯେ, ମୋଗଲ ସମ୍ରାଟ ଆଜିର ସମୟରେ ପ୍ରାସଙ୍ଗିକ ନୁହେଁ। ନାଗପୁର ଦଙ୍ଗା ସମ୍ପର୍କରେ ସଂଗଠନର ମତ ବିଷୟରେ ପଚରାଯିବାରୁ, ଆରଏସଏସ ଯୋଗାଯୋଗ ମୁଖ୍ୟ କହିଛନ୍ତି ଯେ, କୌଣସି ପ୍ରକାରର ହିଂସା ସମାଜ ପାଇଁ ଭଲ ନୁହେଁ। ମୁଁ ଭାବୁଛି ପୁଲିସ ଏହା ଉପରେ ନଜର ରଖିଛି ଏବଂ ତେଣୁ ସେମାନେ ଏହାର ବିସ୍ତୃତ ତଦନ୍ତ କରିବେ।
ଅଧିକ ପଢ଼ନ୍ତୁ: ନାଗପୁର ହିଂସା ଦଙ୍ଗାକାରୀଙ୍କୁ କବର ଖୋଳି ବାହାର କରାଯିବ: ଫଡନବୀସ
ଯେତେବେଳେ ଆମ୍ବେକରଙ୍କୁ ପଚରାଗଲା ଯେ, ଔରଙ୍ଗଜେବଙ୍କ ସମାଧିକୁ ହଟାଇ ଦିଆଯିବା ଉଚିତ କି, ସେ କହିଲେ ନା, ଏହା ଅପ୍ରାସଙ୍ଗିକ। ଆରଏସ୍ଏସ୍ର ଏହି ମନ୍ତବ୍ୟରୁ ସ୍ପଷ୍ଟ ଯେ, ସଂଘ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ସମର୍ଥନ କରେ। ଏହା ସହିତ, ସଂଘ ବିରୋଧୀଙ୍କୁ ଏକ ବାର୍ତ୍ତା ଦେବାକୁ ମଧ୍ୟ ଚେଷ୍ଟା କରିଛି ଯେ, ଏହି ପ୍ରସଙ୍ଗରେ ରାଜନୀତି ଠିକ୍ ନୁହେଁ। ଆରଏସ୍ଏସ୍ କେବଳ ଔରଙ୍ଗଜେବଙ୍କ ଉପରେ ନୁହେଁ ବରଂ ମୋଗଲମାନଙ୍କ ଉପରେ ମଧ୍ୟ ନିଜର ମତ ସ୍ପଷ୍ଟ କରିଛି।
ସୋମବାର ରାତି ପ୍ରାୟ ୭.୩୦ ସମୟରେ ମଧ୍ୟ ନାଗପୁରରେ ହିଂସା ଘଟିଥିଲା ଏବଂ ପୁଲିସ ଉପରେ ପଥରମାଡ଼ ହୋଇଥିଲା। ଛତ୍ରପତି ସମ୍ଭାଜୀନଗରରୁ ଔରଙ୍ଗଜେବ ସମାଧିସ୍ଥଳକୁ ହଟାଇବା ପାଇଁ ଏକ ଦକ୍ଷିଣପନ୍ଥୀ ସଂଗଠନ ପକ୍ଷରୁ ପ୍ରତିବାଦ ଆୟୋଜନ କରାଯାଇଥିବା ଗୁଜବ ପରେ ଏହି ହିଂସା ଘଟିଥିବା କୁହାଯାଉଛି। ପୁଲିସ ସୂଚନା ଅନୁଯାୟୀ, ହିଂସାରେ ତିନି ଜଣ ଡିସିପିଙ୍କ ସମେତ ୧୨ ଜଣ ପୁଲିସ ଆହତ ହୋଇଥିଲେ। ପଥର ଫିଙ୍ଗାଳି ଏବଂ ପୋଡ଼ାଜଳା ଘଟଣାରେ ଏପର୍ଯ୍ୟନ୍ତ ପ୍ରାୟ ୫୦ ଜଣଙ୍କୁ ଗିରଫ କରାଯାଇଛି।
ଅଧିକ ପଢ଼ନ୍ତୁ: ଧୁବ୍ରି 'ମିନି ବାଂଲାଦେଶ': ସୁଧାଂଶୁଙ୍କ ମନ୍ତବ୍ୟ ନେଇ ରାଜ୍ୟସଭାରେ ହଟ୍ଟଗୋଳ, ହସ୍ତକ୍ଷେପ କଲେ ଶାହ