ରାଓ୍ବଲପିଣ୍ଡି: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସପ୍ତମ ମ୍ୟାଚ୍ ଫେବ୍ରୁଆରି ୨୫ତାରିଖରେ ରାଓ୍ଵଲପିଣ୍ଡିରେ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାର ଥିଲା, କିନ୍ତୁ ବର୍ଷା ସମସ୍ତ ଆଶାକୁ ଧୂଳିସାତ କରିଦେଇଛି । ଖରାପ ପାଗ ଯୋଗୁଁ ଟସ୍ ହୋଇପାରିନଥିଲା। ରାୱଲପିଣ୍ଡିରେ ସକାଳୁ ବର୍ଷା ହେଉଥିବାରୁ ପଡିଆରେ ପାଣି ଜମି ରହିଥିଲା। ମ୍ୟାଚ୍ ଆରମ୍ଭ ହେବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରିସ୍ଥିତିରେ ସୁଧାର ନ ଆସିବା ଫଳରେ ମ୍ୟାଚ୍ ରେଫରି ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି ।
ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ସାଢ଼େ ୨ଟାରେ ଆରମ୍ଭ ହେବାର ଥିଲା, କିନ୍ତୁ ବର୍ଷା ଯୋଗୁଁ ଟସ୍ ବିଳମ୍ବ ହୋଇଥିଲା। ଅପରାହ୍ନ ୨ଟାରେ ଟସ୍ ହେବାର ଥିଲା, କିନ୍ତୁ ହାଲୁକା ବର୍ଷା ଯୋଗୁଁ ଉଭୟ ଅଧିନାୟକ ପଡ଼ିଆକୁ ଆସି ପାରିନଥିଲେ। ଏହି ସମୟରେ ପିଚ୍ କୁ କଭର କରାଯାଇଥିଲା। ମ୍ୟାଚ୍ ଆରମ୍ଭ ହେବା ପାଇଁ ପ୍ରାୟ ୪ ଘଣ୍ଟା ଅପେକ୍ଷା ରହିଥିଲେ ହେଁ ଶେଷରେ ବର୍ଷା ପୂରା ମ୍ୟାଚ୍ କୁ ନଷ୍ଟ କରିଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/25/3oR7UTdFbTo5bQHnmUCu.jpg)