ଅଷ୍ଟ୍ରେଲିଆ  ବିଶ୍ୱବିଦ୍ୟାଳୟ ବାହାର କଲା ନୂଆ କରୋନା ପରୀକ୍ଷା ପଦ୍ଧତି, ମାତ୍ର ୨୦ ମିନିଟରେ ରିପୋର୍ଟ ଆସିବ

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ମହାମାରୀ ମାଡ଼ିଚାଲିଥିବାବେଳେ ବୈଜ୍ଞାନିକମାନେ ଏହାର ଟୀକା, ଔଷଧ ବିକଶିତ କରିବାରେ ଗବେଷଣା କରୁଛନ୍ତି । ତେବେ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ କରୋନା ପରୀକ୍ଷା ପାଇଁ ଏକ ନୂଆ ପ୍ରକାରର ପଦ୍ଧତି ବିକଶିତ କରିଛନ୍ତି । ଏହା ମାତ୍ର ୨୦ ମିନିଟରେ ନମୁନାଟି ପଜିଟିଭ ବା ନେଗେଟିଭ କହିପାରିବ ।

ଏହି ନୂଆ ପରୀକ୍ଷା ପଦ୍ଧତିକୁ ବିକଶିତ କରିଛନ୍ତି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସ୍ଥିତ ମୋନାସ ୟୁନିଭର୍ସିଟିର ଦଳେ ଗବେଷକ । ସେମାନେ ଏହି ପଦ୍ଧତି ମାଧ୍ୟମରେ ସଂକ୍ରମିତ ଲୋକର ରକ୍ତରେ ଥିବା କରୋନା ଭୁତାଣୁକୁ ଚିହ୍ନଟ କରିପାରୁଛନ୍ତି । ଅଳ୍ପ ସମୟରେ ଏହା କରାଯାଇପାରୁଥିବାରୁ କରୋନା ପ୍ରଭାବିତ ଅଞ୍ଚଳରେ ଦ୍ରୁତ ଗତିରେ କଣ୍ଟାକ୍ଟ ଟ୍ରେସିଂ କରିବା ସହଜ ହେବ ।  ସେହିପରି ଜଣେ ବ୍ୟକ୍ତିର ଯଦି ସଂକ୍ରମିତ ହୋଇଥିବ ତା ଶରୀରରେ ସ୍‌ଷ୍ଟି ହୋଇଥିବା ଆଣ୍ଟିବଡ଼ି ବା ରୋଗ ପ୍ରତିରୋଧକକୁ ଚିହ୍ନଟ କରିପାରୁଛି ଏହି ପରୀକ୍ଷା ପଦ୍ଧତି ।

m.economictimes.com

ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଜଣେ ଲୋକ କରୋନା ସଂକ୍ରମିତ ହେଲେ ତାହାର ରକ୍ତରେ ଥିବା ଲୋହିତ ରକ୍ତକଣିକା ଗୁଡ଼ିକ କ୍ଲଷ୍ଟର ବା ଆଗ୍ଲୁଗେଟ ହୋଇଯାଆନ୍ତି । ଏହାକୁ ମାଇକ୍ରୋସ୍କୋପ ମାଧ୍ୟମରେ ସହଜରେ ଠାବ କରିହେବ । ଏଣୁ ଅଳ୍ପ ସମୟ ମଧ୍ୟରେ ଲୋକଟି ପଜିଟିଭ ବା ନେଗେଟିଭ ତାହା ଜଣେପଡେ ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏବେ କରାଯାଉଥିବା ସ୍ବାବ ପରୀକ୍ଷା ଜଣେ ବ୍ୟକ୍ତି ସଂକ୍ରମିତ କି ନା ତାହା ଜଣାପାରୁଛି । କିନ୍ତୁ ସେ ପୂର୍ବରୁ ସଂକ୍ରମିତ ଥିଲା କି ନା ତାହା ଜାଣିପାରେ ନାହିଁ । ଏହି ନୂଆ ପ୍ରକାରର ପରୀକ୍ଷା ଜଣେ ପୂର୍ବରୁ ସଂକ୍ରମିତ ଥିଲେ ମଧ୍ୟ ତାହା ଜାଣିପାରିବ ଓ ତା ଶରୀରରେ ଥିବା ଆଣ୍ଟିବଡ଼ିକୁ ଠଉରାଇପାରିବ ।

ସମ୍ବନ୍ଧିତ ଖବର