ଅଷ୍ଟ୍ରେଲିଆ: ନିଆଁରେ ଆହତ ହୋଇ କାର ସହିତ ଧକ୍କା ଖାଇ ଗୁରୁତର ହୋଇଥିବା ମା’ର ଚିକିତ୍ସା ସମୟରେ ସ୍ନେହରେ ଜାବୁଡି ଧରିଛି ତାର ଛୁଆ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ଭୀଷଣ ନିଆଁରେ ୫୦କୋଟି ବନ୍ୟ ଜୀବଜନ୍ତୁଙ୍କ ଜୀବନ ଚାଲିଗଲାଣି। ଏବେବି ଲକ୍ଷାଧିକ ସଂଖ୍ୟାରେ ବନ୍ୟଜୀବଜନ୍ତୁଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଚାଲିଥିବା ବେଳେ ନିଆଁରେ ଗୁରୁତର ଆହତ ହୋଇଥିବା ବନ୍ୟଜନ୍ତୁଙ୍କ ଚିକିତ୍ସା ବି ଜାରି ରହିଛି।

ଏହି କ୍ରମରେ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଆପଣ ବି ଏହି ଦୃଶ୍ୟ ଦେଖି କିଛି ସମୟ ପାଇଁ ସ୍ଥିର ହୋଇ ଭାବିବାକୁ ବାଧ୍ୟ ହେବ କି, ‘ଆହା ଖୁବ୍‌ ଶୀଘ୍ର କୋଆଲାର ମା’ ସୁସ୍ଥ ହୋଇଯାଉ।’ ସୋସିଆଲ ମିଡିଆରେ ଗୁରୁତର ମା’ କୋଆଲା ଓ ତାର ଛୁଆର ଫଟୋ ଭାଇରାଲ ହେବାରେ ଲାଗିଛି।

Image result for australia-fire-koala-mom-surgery
ABC News

ହସ୍‌ପିଟାଲ୍‌ରେ କୋଆଲାର ଚିକିତ୍ସା କରୁଥିବା ଡାକ୍ତର କହନ୍ତି, ସର୍ଜରି ସମୟରେ ଛୁଆ କୋଆଲା ତାର ମା’କୁ ଜାବୁଡି ଧରିଥିଲା। ଚିକିତ୍ସା ପାଇଁ ଅସୁବିଧା ହେଉଥିବାରୁ ଛୁଆ କୋଆଲାକୁ ତା’ ମା’ଠାରୁ ଦୂରରେ ରଖିବା ପାଇଁ ଚେଷ୍ଟା କରିଥିଲୁ। କିନ୍ତୁ ସେ ତା’ ମା’ଠାରୁ ତିଳେ ମାତ୍ର ଦୂରରେ ବସିବାକୁ ପ୍ରସ୍ତୁତ ନଥିଲା। ମା’ ସହିତ ହିଁ ସେ ସେଠାରେ ସେମିତି ଲାଗି କି ବସି ରହିଥିଲା। ଏଭଳି ପରିସ୍ଥିତିରେ ମା’ କୋଆଲାର ସଫଳ ସର୍ଜରି ପରେ ଏବେ ସେ ସୁସ୍ଥ ଅଛି। ଅଷ୍ଟ୍ରେଲିଆର ଜୀବ ସଂରକ୍ଷଣ ମା’ କୋଆଲାର ନାମ ଲିଜି ଓ ଛୁଆର ନାମ ଫେଣ୍ଟମ ରଖିଛନ୍ତି।’

ଦୁଇ ସପ୍ତାହ ପୂର୍ବରୁ ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ଭୀଷଣ ନିଆଁରୁ ନିଜକୁ ରକ୍ଷା କରିବା ପାଇଁ ମା’ କୋଆଲା ଲିଜି ରାସ୍ତାରେ ଦୌଡ଼ୁଥିବା ସମୟରେ ଏକ କାର୍ ସହିତ ଧକ୍କା ଖାଇ ଗୁରୁତର ହୋଇଥିଲା। ଏଥିସହିତ ନିଆଁରେ ବି ତାର ଶରୀର ସାମାନ୍ୟ ଜଳି ଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଏତେ ସବୁ ପରେ ବି ସେ ତାର ଛୁଆକୁ ସାମାନ୍ୟ ଆଘାତ ବି ଲାଗିବାକୁ ଦେଇ ନଥିଲା। ଏହି ଘଟଣା ପରେ ତତ୍କାଳ ଅଷ୍ଟ୍ରେଲିଆ ଜୁ ଓ୍ଵାଇଲ୍ଡଲାଇଫ୍‌ କୋଆଲାକୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌କୁ ନେଇ ଆସିଥିଲେ।

Image result for australia-fire-koala-mom-surgery
Metro

ଜଙ୍ଗଲରେ ଲାଗିଥିବା ନିଆଁ ଅଷ୍ଟ୍ରେଲିଆର ଭିକ୍ଟୋରିଆ ଓ ସାଉଥ ୱେଲସ ଅଞ୍ଚଳରେ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଥିବା ବେଳେ ଗରମ ପବନ ଯୋଗୁଁ ଅଗ୍ନିଶମ କର୍ମଚାରୀଙ୍କୁ ମଧ୍ୟ ନିଆଁ ଲିଭାଇବାରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । କିଛି ସ୍ଥାନରେ ତାପମାତ୍ରା ୪୫ଡିଗ୍ରିକୁ ବଢ଼ିଯାଇଥିବା ବେଳେ ପାଣିପାଗ ବିଭାଗର କହିବା ମୁତାବକ ଜଙ୍ଗଲରେ ଲାଗିଥିବା ନିଆଁ ହିଁ ଏହି ତାପମାତ୍ରା ବଢିବାର ପ୍ରମୁଖ କାରଣ ।

ସମ୍ବନ୍ଧିତ ଖବର