ମୋଦୀ ଓ ମୋରିସନ୍‌ଙ୍କ ଭର୍ଚ୍ୟୁଆଲ୍‌ ବୈଠକ ପୂର୍ବରୁ ୨୯ଟି ଭାରତୀୟ କଳାକୃତି ଫେରାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ସ୍କଟ୍‌ ମୋରିସନ୍‌ଙ୍କ ଭର୍ଚ୍ୟୁଆଲ୍‌ ବୈଠକ ପୂର୍ବରୁ ଅଷ୍ଟ୍ରେଲିଆ ଭାରତକୁ ୨୯ଟି ପ୍ରାଚୀନ କଳାକୃତି ଫେରାଇ ଦେଇଛି।

ସାମଗ୍ରୀକ ଭାବେ ୬ଟି ବର୍ଗର ଉକ୍ତ ପ୍ରାଚୀନ କଳାକୃତିଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦୀ ବୁଲି ଦେଖିଛନ୍ତି। କଳାକୃତି ସବୁ ବିଭକ୍ତ ହୋଇଥିବା ୬ଟି ବର୍ଗ ହେଉଛି, ଶିବ ଏବଂ ତାଙ୍କ ଶିଷ୍ୟବୃନ୍ଦ, ଶକ୍ତି ପୂଜନ, ଭଗବାନ ବିଷ୍ଣୁ ଏବଂ ତାଙ୍କର ଅବତାର, ଜୈନ ପରମ୍ପରା ଏବଂ ସାଜସଜ୍ଜା ଉପକରଣ।

Image Courtesy of India Today

ଉପରୋକ୍ତ ଭାସ୍କର୍ଯ୍ୟ ଏବଂ ଚିତ୍ରପଟ ସବୁ ମୂଳତଃ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ତାମିଲ୍‌ନାଡୁ, ତେଲେଙ୍ଗାନା ଏବଂ ରାଜସ୍ଥାନ ଅଞ୍ଚଳର। ସେଗୁଡ଼ିକ ୯ମ/୧୦ମ ଶତାବ୍ଦୀରେ ନିର୍ମିତ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ଣ ୧୨.୩୦ରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଭର୍ଚ୍ୟୁଆଲ୍‌ ଦ୍ବିପାକ୍ଷିକ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆ ଭାରତରେ ୧୫,୦୦ କୋଟି ଟଙ୍କା ବିନିଯୋଗ କରିବା କଥା ଘୋଷଣା କରିବ। ପ୍ରଯୁକ୍ତିବିଦ୍ୟା ଏବଂ ଆର୍ଥିକ ଗୁରୁତ୍ବ ବହନ କରୁଥିବା ଖଣିଜ ପଦାର୍ଥ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରାଯିବ।

ଏହାଛଡ଼ା, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ସଂକ୍ରାନ୍ତରେ ମଧ୍ୟ ଏହି ଶିଖର ବୈଠକରେ ଦୁଇ ଦେଶର ନେତା ଆଲୋଚନା କରିବେ।

ସମ୍ବନ୍ଧିତ ଖବର