ସିଡ୍ନୀ : ସିଡ୍ନୀର ସମୁଦ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ସାର୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ସିମନ୍ ନେଲିଷ୍ଟ୍ ଓ ବୟସ ୩୫ ବର୍ଷ। ସେ ସମୁଦ୍ରରେ ସ୍କୁବା ଡାଇଭର୍ ଶିକ୍ଷା ଦେଉଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସିମନ୍ ନେଲିଷ୍ଟ୍ ସମୁଦ୍ର ଭିତରେ ପହଁରୁଥିବା ବେଳେ ହଠାତ ଏକ ୧୩ଫୁଟର ଧଳା ସାର୍କ ମାଛ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲା। ସିମନ ମାଛ କବଳରୁ ନିଜ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସମୁଦ୍ର କୂଳ ଠାରୁ ସେ ପାଖାପାଖି ୫ ଶହ ଫୁଟ୍ ଭିତରେ ପହଁରୁଥିବାରୁ ଉପାୟ ଶୂନ୍ୟ ଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସିମନ୍ ଜଣେ ପ୍ରଫେସ୍ନାଲ୍ ସମୁଦ୍ର ପହଁରାଳି ଥିଲେ। ଏହି ଘଟଣା ଉକ୍ତ ସମୁଦ୍ରରେ ୧୯୬୦ ମସିହା ପରେ ପ୍ରଥମ ଥର ଘଟିଥିବା ସ୍ଥାନୀୟଲୋକ କହୁଛନ୍ତି।
ସିମନ୍ ତାଙ୍କ ପ୍ରେମିକା ଜେନିଙ୍କ ସହ ସିଡ୍ନୀରେ ରହୁଥିଲେ । ଆଉ ଗୋଟିଏ ସପ୍ତାହ ପରେ ଦୁହିଁଙ୍କର ବିବାହ ହୋଇଥାନ୍ତା । ସେଥିପାଇଁ ଉଭୟଙ୍କ ପରିବାରରେ ଜୋରସୋର ପ୍ରସ୍ତୁତି ଚାଲିଥିଲା। କିନ୍ତୁ ସିମନଙ୍କ ହଠାତ ଏଭଳି ମୃତ୍ୟୁ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପରିବାରଲୋକ।