ସ୍ଥାୟୀ ବାସିନ୍ଦା ହେବାଲାଗି ଚୁକ୍ତିଭିତ୍ତିକ ବିବାହ ନ କରିବାକୁ ଭାରତୀୟଙ୍କୁ ଚେତାବନୀ ଦେଲେ ଅଷ୍ଟ୍ରେଲୀୟ ସରକାର

ସିଡନି: କେତେକ ଭାରତୀୟ ଅଷ୍ଟ୍ରେଲିଆର ସ୍ଥାୟୀ ବାସିନ୍ଦା ହେବାକୁ ଚାହାଁନ୍ତି। କେତେକ ଭାରତୀୟ ଦକ୍ଷିଣ ଏସୀୟମାନଙ୍କ ଦ୍ୱାରା ଆୟୋଜିତ ଚୁକ୍ତିଭିତ୍ତିକ ବାହାଘରର ମୁଖ୍ୟ ଆୟୋଜକ ଥିବାର ଜାଣିବା ପରେ ଭାରତୀୟମାନଙ୍କୁ ଚେତାବନୀ ଦେଇଛନ୍ତି ଅଷ୍ଟ୍ରେଲୀୟ ସରକାର। ସିଡିନିରେ ଜଣେ ୩୨ ବର୍ଷୀୟ ଭାରତୀୟ ଚୁକ୍ତିଭିତ୍ତିକ ମ୍ୟାରେଜ୍‌ ସିଣ୍ଡିକେଟ୍‌ ଚଳାଇଥିବା ଜଣାଯିବାପରେ ଏଭଳି ଚେତାବନୀ ଦିଆଯାଇଛି। ଏହି ଭାରତୀୟଙ୍କ ନାଆଁ ନ୍ୟାୟାଳୟରେ ଏବେ ମକଦ୍ଦମା ଚାଲିଛି। ଏହି ଘଟଣାପରେ ଭାରତୀୟମାନଙ୍କୁ ଚେତାବନୀ ଦେଇଛି ଅଷ୍ଟ୍ରେଲୀୟ ସରକାର। ଠିକ୍‌ ସେହିପରି ଚାରି ଜଣ ଅଷ୍ଟ୍ରେଲୀୟ ନାଗରିକ ମଧ୍ୟ  ନାଗରିକମାନଙ୍କୁ ବିବାହ କରି ଅନ୍ୟ ଦେଶର ଲୋକଙ୍କୁ ଅଷ୍ଟ୍ରେଲିଆର ସ୍ଥାୟୀ ବାସିନ୍ଦା ହେବାର ସୁଯୋଗ ଦେବା ଲାଗି ଏକ ରାକେଟ୍‌ ଚଳାଇଥିଲେ। ସେମାନେ ଫେକ୍‌ ମ୍ୟାରେଜ୍‌ ସ୍କାମ୍‌ରେ ଜଡିତ ଥିିବା ଅଭିଯୋଗରେ ମଧ୍ୟ ଅଭିଯୁକ୍ତ ହୋଇଛନ୍ତି।


ଅଷ୍ଟ୍ରେଲିଆରେ ଏଭଳି ନକଲି ବାହାଘର ସିଣ୍ଡିକେଟ୍‌ ସହିତ ଜଡିତ ୧୬୪ ଜଣ ବଦେଶୀଙ୍କୁ ଅଷ୍ଟ୍ରେଲିଆ ସରକାର ପାର୍ଟନର୍‌ ଭିସା ଦେବାକୁ ମନା କରି ଦେଇଛନ୍ତି। ଏମାନଙ୍କର ସ୍ଥାୟୀ ବାସିନ୍ଦା ଆବେଦନ ମଧ୍ୟ ନାମଞ୍ଜୁର ହୋଇଛି। ଖାଲି ସେତିକି ନୁହେଁ ଯେଉଁ ଅଷ୍ଟ୍ରେଲୀୟ ମହିଳାମାନେ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ଅନଗ୍ରସର,ସେମାନେ ଏଭଳି ଚୁକ୍ତିଭିତ୍ତିକ ବିବାହ କରି ଠକାମିରେ ନ ପଡ଼ିବାକୁ ମଧ୍ୟ ସରକାର ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର