ପାକିସ୍ତାନର ବାଲାକୋଟ୍ ସ୍ଥିତ ଜେଇଏମ୍ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପୁଣି ଥରେ ପାକିସ୍ତାନକୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ କଡ଼ା ଚେତାବନୀ ଦିଆଯାଇଛି। ଅଷ୍ଟ୍ରେଲିଆ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ କହିଛି ଯେ ପାକିସ୍ତାନ ଏବେ ଆତଙ୍କବାଦ ବିରୋଧରେ ତୁରନ୍ତ ଏବଂ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତି ଜରୁରୀ। ତେବେ ଉଭୟ ଭାରତ ଏବଂ ପାକିସ୍ତାନ ସଂଯମ ରକ୍ଷା କରିବାକୁ ଅଷ୍ଟ୍ରେଲିଆ କହିଛି। କଥାବାର୍ତ୍ତା ମାଧ୍ୟମରେ ଉଭୟ ଦେଶ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ମିଳିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଏହା ଅଧିକ ଫଳପ୍ରଦ ହେବ ବୋଲି ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp