ଟସ୍ ଜିତିଲା ଅଷ୍ଟ୍ରେଲିଆ: ପ୍ରଥମେ ବୋଲିଂ ନିଷ୍ପତ୍ତି

ଗ୍ରୋସ୍ ଇସଲେଟ୍‌: ସୋମବାର ଉତ୍ତର ଆମେରିକାର ସେଣ୍ଟ ଲୁସିଆର ଗ୍ରୋସ୍ ଇସଲେଟ୍‌ର ଡାରେନ ସାମ୍ମି କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ-୨୦ ବିଶ୍ୱକପର ୫୧ତମ ମ୍ୟାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

ଟିମ୍ ଇଣ୍ଡିଆ ସ୍କ୍ବାଡ୍‌ରେ ରୋହିତ ଶର୍ମା (ଅଧିନାୟକ) , ଋଷଭ ପନ୍ତ (ୱିକେଟ କିପର) , ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ , ଶିବମ୍ ଦୁବେ , ହାର୍ଦ୍ଦିକ ପାଣ୍ଡ୍ୟା , ରବିନ୍ଦ୍ର ଜାଡେଜା , ଆକ୍ସର ପଟେଲ , ଅର୍ଶଦୀପ ସିଂ , କୁଲଦୀପ ଯାଦବ , ଜସପ୍ରୀତ ବୁମରା , ମହମ୍ମଦ ସିରାଜ , ଯୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ, ୟଶଭୀ ଜୈସ୍ବାଲ ପ୍ରମୁଖ ରହିଛନ୍ତି।

ସେହିପରି ଅଷ୍ଟ୍ରେଲିଆ ସ୍କ୍ବାଡ୍‌ରେ ମିଚେଲ ମାର୍ଶ (ଅଧିନାୟକ) , ମାଥ୍ୟୁ ୱେଡ (ୱିକେଟ କିପର) , ଟ୍ରାଭିସ୍ ହେଡ, ଡେଭିଡ ୱାର୍ନର, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଟିମ ଡେଭିଡ , ପ୍ୟାଟ କମିନ୍ସ , ଆଷ୍ଟନ୍ ଅଗର, ଆଦାମ ଜାମ୍ପା , ଜୋଶ ହାଜଲେଉଡ , ମିଚେଲ ଷ୍ଟାର୍କ, ଜୋଶ ଇଂଲିସ , କ୍ୟାମେରନ ଗ୍ରୀନ , ନାଥନ ଏଲିସ ପ୍ରମୁଖ ଅଛନ୍ତି।

ସମ୍ବନ୍ଧିତ ଖବର