ଭାରତ ଗସ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ମୋଦୀଙ୍କ ସହ ମିଶି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ଦେଖିବେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଭାରତ ଗସ୍ତରେ ଆସିଛନ୍ତି । ସେ ବୁଧବାରଦିନ ଏକ ସ୍ୱତନ୍ତ୍ର ବିମାନରେ ଅହମ୍ମଦାବାଦରେ ପହଞ୍ଚିବା ପରେ ସାବରମତୀ ଆଶ୍ରମ ପରିଦର୍ଶନ କରିଥିଲେ। ଏଠାରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏକ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆଲବାନିସ୍ । ଗୁଜରାଟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ। ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ସାବରମତୀ ଆଶ୍ରମ ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସନ୍ଧ୍ୟାରେ ରାଜଭବନରେ ପହଞ୍ଚିବେ, ଯେଉଁଠାରେ ସେ ହୋଲି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାତି ପ୍ରାୟ ୮ଟାରେ ଏଠାରେ ପହଞ୍ଚିବେ।

ରାଜଭବନରେ ରାତି ବିତାଇବା ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଭାରତର ଅହମ୍ମଦାବାଦ, ମୁମ୍ବାଇ ଓ ନୂଆଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୁରବାରଠାରୁ ଆରମ୍ଭ ହେଉଥିବା ଭାରତ ଓ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟମ୍ୟାଚ୍ ର ପ୍ରଥମ ଦିନର ଖେଳକୁ ମୋଦୀ ଓ ଆଲବାନିଜ  ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦେଖିବେ ।

ଭାରତ ଗସ୍ତରେ ଆସିବା  ପୂର୍ବରୁ ଆଲବାନିସ୍ ବୁଧବାର କହିଥିଲେ ଯେ ସେ ଭାରତ ଗସ୍ତ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବାକୁ ଯୋଜନା କରିଛନ୍ତି । ଆମେରିକା ଓ ଅଷ୍ଟ୍ରେଲିଆ ପରମାଣୁ ବୁଡ଼ାଜାହାଜ ନିର୍ମାଣ ନେଇ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 

ସମ୍ବନ୍ଧିତ ଖବର