ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ତିଆରି କରିଥିବା ସିଙ୍ଗଡ଼ାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୁଆଇବାକୁ ଇଚ୍ଛୁକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ତିଆରି କରିଥିବା ଜନପ୍ରିୟ ଭାରତୀୟ ଜଳଖିଆ ‘ସିଙ୍ଗଡ଼ା’ ବା ‘ସମୋସା’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁଆଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ରବିବାର ଦିନ ସେ ତାଙ୍କ ଟୁଇଟର୍‌ରେ ସିଙ୍ଗଡ଼ା ଏବଂ ତା’ସହ ଆମ୍ବ ଚଟଣିର ଫଟୋ ପୋଷ୍ଟ୍‌ କରି ଏହାର ନାଁ ଦେଇଛନ୍ତି- ‘ସ୍କମୋସା’।

ଟୁଇଟର୍‌ରେ ପୋଷ୍ଟ୍ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ୟାଗ୍ କରି ମୋରିସନ୍ ଲେଖିଛନ୍ତି, ରବିବାରର ସ୍କମୋସା ଓ ଆମ୍ବ ଚଟଣି, ସବୁ ସାମଗ୍ରୀ ହାତରେ ମିଶାଇ ପ୍ରସ୍ତୁତ କରାଯାଇଛି- ଆମ୍ବ ଚଟିଣ ମଧ୍ୟ! କିନ୍ତୁ, ଦୁଃଖର କଥା ଏ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ସହ ମୋର ଭିଡିଓଲିଙ୍କ୍‌ରେ ସାକ୍ଷାତ୍ ହେବ।  ସେମାନେ ନିରାମିଷାଶୀ, ନଚେତ୍ ମୁଁ ସିଙ୍ଗଡ଼ାତକ ତାଙ୍କୁ ଖୁଆଇ ଥାଆନ୍ତି।

ଏହି ଟୁଇଟ୍‌କୁ ୩୨୦୦୦ ଲାଇକ୍ ହାସଲ କରିସାରିଲାଣି। ମୋରିସନ୍‌ଙ୍କ ଟୁଇଟ୍‌ର ଉତ୍ତର ଦେଇ ବିଜେପି ସାଂସଦ ମୀନାକ୍ଷୀ ଲେଖି କହିଛନ୍ତି, ‘ମିସେଲିନ୍ ଷ୍ଟାର୍’ ପାଇଁ ଆପଣଙ୍କ ନାମ ପ୍ରସ୍ତାବ ଦେଉଛି।

ଏଠାରେ ସୂଚନା ଦିଆଯାଇ ପାରେ କି, ଜୁନ୍ ୪ ତାରିଖ ଦିନ ଦୁଇ ପ୍ରଧାନମନ୍ତ୍ରୀଙ୍କର ଭର୍ଚୁଆଲ୍ ମିଟିଙ୍ଗ୍ ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି। ଆର୍ଥିକ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଦୁହେଁ ଆଲୋଚନା କରିବେ ବୋଲି ଆଶା କରାଯାଉଛି।

 

ସମ୍ବନ୍ଧିତ ଖବର