ଏହି ବିଶେଷ କାରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ ପସନ୍ଦର ଖେଚୁଡ଼ି ରାନ୍ଧିଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଓ ସ୍ବାସ୍ଥ୍ୟକର ଖାଦ୍ୟ ଖେଚୁଡ଼ି ରାନ୍ଧି‌ଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍। ଅଷ୍ଟ୍ରେଲିୟାର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଇନଷ୍ଟାଗ୍ରାମରେ ସେୟାର କରିଥିବା ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ଖେଚୁଡ଼ି ତିଆରି କରୁଥିବା ଦେଖାଯାଉଛି। ସ୍କଟ ମୋରିସନ୍ ଭାରତ ସହିତ ନୂତନ ବାଣିଜ୍ୟ ଚୁକ୍ତି ବିଷୟରେ ଜଣାଇବା ସହ ଏହି ଖୁସିକୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ ପସନ୍ଦର ଖେଚୁଡି ତିଆରି କରିଥିବା ଲେଖିଛନ୍ତି।

ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଫଟୋ ସେୟାର କରି ସ୍କଟ ମୋରିସନ୍ କ୍ୟାପସନରେ ଲେଖିଛନ୍ତି ଯେ, ଭାରତ ସହ ଆମର ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତିର ଖୁସିକୁ ପାଳନ କରିବା ପାଇଁ ମୁଁ ଆଜି ରାତିରେ ଖେଚୁଡି ରାନ୍ଧିଛି, ଯାହା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରିୟ।

 

View this post on Instagram

 

A post shared by Scott Morrison (@scottmorrisonmp)

ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ସ୍କଟ ମୋରିସନ୍ କେରଳର ପ୍ରସିଦ୍ଧ ଖାଦ୍ୟ ପ୍ରସ୍ତୁତ କରିଥିବା ଦେଖାଯାଇଥିଲା। ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ବାଣିଜ୍ୟ ଚୁକ୍ତି ଏପ୍ରିଲ ୨ରେ ସ୍ୱାକ୍ଷରିତ ହୋଇଥିଲା ଯେଉଁଥିରେ ଅଷ୍ଟ୍ରେଲିଆ କପଡା, ଚମଡା, ଅଳଙ୍କାର, କ୍ରୀଡା ଇତ୍ୟାଦି ୯୫ପ୍ରତିଶତ ଭାରତୀୟ ଉତ୍ପାଦକୁ କର ମୁକ୍ତ କରିଛି। ଏହାକୁ ‘ମୁକ୍ତ ବାଣିଜ୍ୟ ଚୁକ୍ତି’ ମଧ୍ୟ କୁହାଯାଉଛି।

ସମ୍ବନ୍ଧିତ ଖବର