ନୂଆଦିଲ୍ଳୀ: ଶହେରୁ ଊର୍ଧ୍ବ ଲୋକଙ୍କ ଜୀବନ ନେଇ ସାରିଥିବା ଚୀନର ମାରାତ୍ମକ କରୋନା ଭାଇରସ୍ର ପ୍ରତିଷେଧକ ଉଦ୍ଭାବନ କରିବାରେ ସମର୍ଥ ହୋଇଛନ୍ତି ଅଷ୍ଟ୍ରେଲୀୟ ବୈଜ୍ଞାନିକ। ସେମାନେ ଅଷ୍ଟ୍ରେଲିଆରେ ଏକ ନମୂନାକୁ ବିକଶିତ କରି ତାହା କରୋନା ଭାଇରସ୍ର ପ୍ରତିଷେଧକ ଭାବେ କାର୍ଯ୍ୟ କରିବ ବୋଲି ଦାବି କରିଛନ୍ତି। ଚୀନର ଉହାନ ସହରରୁ ବ୍ୟାପୁଥିବା ଏହି ମାରାତ୍କମ ଭାଇରସ୍ ବିରୋଧରେ ଲଢ଼ିବା ପାଇଁ ଆଶାଟିଏ ଦେଖା ଦେଇଛି ବୋଲି ୱାର୍ଲଡ୍ ହେଲ୍ଥ ଅର୍ଗାନାଇଜେସନ୍(ଡବ୍ଲୁଏଚ୍ଓ) ପକ୍ଷରୁ କୁହାଯାଇଛି। ଉହାନ ସହରରୁ ବୈଜ୍ଞାନିକମାନେ ଭାଇରସ୍ର ନମୂନା ଗ୍ରହଣ କରି ତାହାକୁ ପରୀକ୍ଷା କରିବା ପରେ ଏହି ଭାଇରସର ପ୍ରତିଷେଧକ ପ୍ରସ୍ତୁତ କରିବା ସହଜ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଶୁକ୍ରବାର ଅଷ୍ଟ୍ରେଲିଆର ବିଶେଷଜ୍ଞମାନଙ୍କ ନିକଟକୁ ନମୂନା ପଠା ଯାଇଥିଲା। ଅଷ୍ଟ୍ରେଲିଆର ମେଲ୍ବର୍ଣ୍ଣରେ ଥିବା ଏକ ଲାବ୍ରୋଟେରିରେ ବୈଜ୍ଞାନିକମାନେ ଏହି ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂସ୍ପର୍ଶରେ ରହି ଗବେଷଣା ଚଳାଇ ଏହି ସାଂଘାତିକ ଭାଇରସ୍କୁ ଆୟତ୍ତ କରାଯାଇପାରେ ବୋଲି କହିଛନ୍ତି।
ଗବେଷକମାନେ କରି କହିଛନ୍ତି ଯେ ଏହି ଭାଇରସ୍ ଅନ୍ୟାନ୍ୟ ‘ଫ୍ଲୁ’ ପରି, ଯାହାକି ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସଂକ୍ରମିତ ହୋଇଥାଏ।
ଆପଣ ଜାଣଥିବେ ନିଶ୍ଚୟ ଯେ ଏହି ଭାଇରସ୍ରେ ପ୍ରାୟ ୬୦୦୦ ଲୋକ ଆକ୍ରାନ୍ତ ହୋଇଥିବା ବେଳେ କେବଳ ଚୀନରେ ହଁ ୧୩୨ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟ ୧୬ଟି ଦେଶରେ ୪୭ ଜଣ ଏହି ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଚୀନ ବାହାରେ ଏହି ଭାଇରସ୍ ପାଇଁ କାହାରି ମୃତ୍ୟୁ ଘଟିନାହିଁ।