ନୂଆଦିଲ୍ଳୀ: ସୋସିଆଲ୍ ମିଡିଆରେ ଆଜିକାଲି ଲୋକ କୌଣସି ବି କଥାକୁ ନେଇ ନିଜର ମତ ରଖି ପାରୁଛନ୍ତି। କୌଣସି ବି ବିଷୟକୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଦୁଇ ଭାଗରେ ବାଣ୍ଟି ହୋଇଯାଆନ୍ତି। କେହି କେହି ସମର୍ଥନରେ ବାହାରନ୍ତି ତ ପୁଣି କେହି ବିରୋଧ କରନ୍ତି।
ନିକଟରେ ଜଣେ ଅଷ୍ଟ୍ରେିଲୀୟ ୟୁଟ୍ୟୁବର୍ଙ୍କ ପୋଷ୍ଟ୍କୁ ନେଇ ସେଇଭଳି ଭାବେ ବ୍ୟବହାରକାରୀ ନିଜ ନିଜର ମତ ରଖି ଚାଲିଛନ୍ତି। ୟୁଟ୍ୟୁବର୍ ଜଣକ ଭାରତୀୟ ଖାଦ୍ୟର ସ୍ବାଦକୁ ନାପସନ୍ଦ କରିବାରୁ ତାତି ଯାଇଛନ୍ତି ଭାରତୀୟମାନେ। ୟୁଯ୍ୟୁବର୍ଙ୍କୁ ସେମାନେ ଜବାବ ଦେବାରେ ଆଦୌ ହେଳା କରୁନାହାନ୍ତି।
ଫ୍ଲିପ୍ ମ୍ୟାନ୍ ନାମକ ଏକ ଏକ୍ସ ଆକାଉଣ୍ଟ୍ରେ ଜେଫ୍ ନାମର ଜଣେ ବ୍ୟକ୍ତି ଏକ ଭାରତୀୟ ଥାଳିର ଫଟୋ ପୋଷ୍ଟ୍ କରିବା ପରେ ଏହି ବିବାଦ ଉପୁଜିଛି। ସେ ଫଟୋ ପୋଷ୍ଟ୍ କରି ଭାରତୀୟ ଖାଦ୍ୟର ପ୍ରଶଂସା କରିଥିଲେ। ସେ ଲେଖିଥିଲେ, ‘ପୂରା ଦୁନିଆରେ ଭାରତୀୟ ଖାଦ୍ୟର ତୁଳନା ନାହିଁ। ଯଦି ଚାହୁଁଛ ମୋ ସହ ଲଢ଼େଇ କର।’
ଏହି ପୋଷ୍ଟ୍ରେ ଉତ୍ତରରେ ୟୁଟ୍ୟୁବର୍ ସିଡ୍ନି ଏଲ୍ ୱାସ୍ଟନ୍ ଲେଖିଛନ୍ତି, ‘‘ନା ବିଲ୍କୁଲ୍ ବି ଏପରି ନୁହେଁ। ଯଦି ଆପଣଙ୍କୁ ନିଜ ଖାଦ୍ୟକୁ ଖାଇବା ଯୋଗ୍ୟ ବନାଇବା ପାଇଁ ଖରାପ ମସଲା ପକାଇବାକୁ ପଡ଼େ ତାହାଲେ ତାହା ଆଦୌ ଭଲ ନୁହେଁ।