ଆକାଶରେ ଉଡ଼ି ଏୟାରକ୍ରାଫ୍ଟ ଜରିଆରେ କରୋନା ସଚେତନତା ବାର୍ତ୍ତା ଦେଲେ ପାଇଲଟ୍

ଭିଏନା: ଅଷ୍ଟ୍ରିଆର ଜଣେ ପାଇଲଟ୍‌ ମହାମାରୀ କୋରନାଭାଇରସ୍‌ ସଂକ୍ରମଣ ସମୟରେ ଘରେ ରହିବା ପାଇଁ ଆକାଶମାର୍ଗରୁ ଡିଜିଟାଲ ସ୍କାଏ ରାଇଡିଙ୍ଗ ଜରିଆରେ ‘ଷ୍ଟେ ହୋମ୍‌’ ବା ଘରେ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି, ଯାହାକି ଏବେ ଚର୍ଚ୍ଚାର ପରିସରରେ ରହିଛି।

ପ୍ରକାଶିତ ରିପାର୍ଟେ ମୁତାବକ, ‘ଷ୍ଟେ  ହୋମ୍‌’ ଲେଖିବା ପାଇଁ ପାଇଲଟ୍‌ ବିମାନ ରାଡାରର ବ୍ୟବହାର କରିଥିଲେ। ବିମାନଟି ଭିଏନାରୁ ୫୦ ମାଇଲ୍‌ ଦୂର ୱିନର ନେଷ୍ଟାଇଡ୍‌ ବିମାନବନ୍ଦରରୁ ସୋମବାର ଉଡ଼ିବା ଆରମ୍ଭ କରିଥିଲା। ଆକାଶରେ କେବଳ ‘ଷ୍ଟେ ହୋମ୍‌’ ବାର୍ତ୍ତା ଲେଖିବା ପାଇଁ ତାଙ୍କୁ ୨୪ ମିନିଟ୍‌ ସମୟ ଲାଗିଥିଲା।

ଗତ ଗୁରୁବାର ସୁଦ୍ଧା ଅଷ୍ଟ୍ର୍ରିଆରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୩ରେ ପହଞ୍ଚିଯାଇଛି। ପାଇଲଟ୍‌ ତାଙ୍କ ନାମ ପ୍ରକାଶ ନ କରି କହିଛନ୍ତି, ଲୋକଙ୍କୁ ସଚେତନ କରିବା ପାଇଁ ମୁଁ ଏମିତି କରିଛି। କରୋନା ମହାମାରୀ ସମୟରେ ଆମେ ସମସ୍ତେ ଘରେ ରହିବା ଜରୁରୀ । ଯାହା ଫଳରେ ଲୋକେ ସଂକ୍ରମଣରୁ ରକ୍ଷା ପାଇବେ। ମୁଁ  ଲାଇଟ୍‌ ଏୟାରକ୍ରାଫ୍‌ଟ ଡାଏମଣ୍ଡ ଡିଏ ୪୦ରେ ଆକାଶରେ ଉଡ଼ିଥିଲି ଏବଂ ୨୪ ମିନିଟ୍‌ରେ ଆକାଶରେ ଏହି ‘ଷ୍ଟେ ହୋମ୍‌’ ବାର୍ତ୍ତା ଲେଖିବାରେ ସକ୍ଷମ ହୋଇଥିଲି।

ସମ୍ବନ୍ଧିତ ଖବର