କାଲିଫର୍ଣ୍ଣିଆ ଅଫିସ୍‌ରେ ଗୁଳିକାଣ୍ଡ; ବନ୍ଧୁକଧାରୀଙ୍କ ସମେତ ଦୁଇ ମୃତ

ଲଙ୍ଗ୍‌ ବିଚ୍‌: ଶୁକ୍ରବାର ଦିନ ସାଉଥ୍‌ କାଲିଫର୍ଣ୍ଣିଆର ଏକ ଲ’ ଅଫିସ୍‌ରେ ଘଟିଥିବା ଗୁଳିକାଣ୍ଡରେ ଜଣେ ବନ୍ଧୁକଧାରୀଙ୍କ ସମେତ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ଅଫିସ୍‌ ବିବାଦ ଜନିତ ବୋଲି ସେଠାକାର କର୍ତ୍ତୃପକ୍ଷମାନେ କହିଛନ୍ତି।
ଘଟନାସ୍ଥଳରେ ତଦନ୍ତ ଚାଲିଛି ବୋଲି ଲଙ୍ଗ୍‌ ବିଚ୍‌ ପୁଲିସ କହିଛି। ଆହତ ବ୍ୟକ୍ତିଜଣଙ୍କୁ ଡାକ୍ତରଖାନା ନିଆଯାଇଛି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଲଙ୍ଗ୍‌ ବିଚ୍‌ର ମେୟର୍‌ ରବର୍ଟ ଗାର୍ସିଆ କହିଛନ୍ତି।

ବନ୍ଧୁକଧାରୀ ଆତ୍ମହତ୍ୟା କରିଛନ୍‌ି କି, ପୁଲିସ ତାଙ୍କୁ ଗୁଳି ମାରି ହତ୍ୟା କରିଛି ତାହା ତୁରନ୍ତ ଜଣାପଡ଼ି ନାହିଁ। ଗୁଳିକାଣ୍ଡ ବିଷୟରେ ପୁଲିସ ଅପରାହ୍ଣ ୨ଟା ୨୫ ମିନିଟ୍‌ରେ ଖବର ପାଇ ଥିଲା। ଏହା କର୍ମସ୍ଥଳୀ ଜନିତ ହିଂସାକାଣ୍ଡ ବୋଲି ଲଙ୍ଗ୍‌ ବିଚ୍‌ ପୁଲିସ ଟୁଇଟ୍‌ କରିଛି।

Image Courtesy of Star Tribune

ଭିତରେ ଗୁଳି ଫୁଟୁଛି ବୋଲି ଚିତ୍କାର କରି ଲୋକେ ଏ ଦୁଇ ତାଲା ବିଶିଷ୍ଟ କୋଠାରୁ ବାହାରକୁ ଦୌଡୁଥିବାର ଏକ ଭିଡିଓରେ ଦେଖା ଯାଉଛି।
ସେ ଘରେ କେତେ ଗୁଡ଼ିଏ ଲ’ ଅଫିସ୍‌ ଚାଲିଛି, କିନ୍ତୁ ନିର୍ଦ୍ଦିଷ୍ଟ କେଉଁ ଫାର୍ମରେ ଗୁଳିକାଣ୍ଡ ଘଟିଛି ତାହା କହି ନାହାନ୍ତି। ଗୁଳିକାଣ୍ଡ ପରେ ବହୁ ସଂଖ୍ୟକ ପୁଲିସ ସେ କୋଠାର ଆଖପାଖ ବ୍ଲକ୍‌ ସବୁରେ ଭର୍ତ୍ତି ହୋଇ ଯାଇଥିଲେ।

ଡାଉନ୍‌ଟାଉନ୍‌ ଲସ୍‌ ଏଞ୍ଜେଲ୍‌ସ ଠାରୁ ୨୦ ମାଇଲ୍‌ ଦୂର ଲଙ୍ଗ୍‌ ବିଚ୍‌ରେ ସେ ଅଫିସ୍‌ଟି ଅବସ୍ଥିତ। ଲଙ୍ଗ୍‌ ବିଚ୍‌ ସହରରେ ପ୍ରାୟ ୪୬୦, ୦୦୦ ଲୋକେ ବସବାସ କରନ୍ତି।

ସମ୍ବନ୍ଧିତ ଖବର