ଥାନେ: ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଜଣେ ଅଟୋ ଡ୍ରାଇଭର ଜଣେ ୨୧ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଯୌନ ଅସଦାଚରଣ କରିବା ସହ ତାଙ୍କୁ ଗାଡ଼ି ସହ ଅଧ କିଲୋମିଟର ବାଟ ଘୋଷାଡ଼ି ନେଇ ଫୋପାଡ଼ି ପଳାଇଥିବା ଜଣାପଡ଼ିଛି। ଶୁକ୍ରବାର ଭୋର ୬ଟା ୪୫ରେ ଏହି ଘଟଣା ଘଟିଥିବା ବେଳେ ସୋସିଆଲ ମିଡ଼ିଆରେ ଏହାର ଭିଡିଓ ଭାଇରାଲ ହୋଇଛି। ଛାତ୍ରୀ ଜଣକ କଲେଜ ଯାଉଥିବା ବେଳେ ଅଭିଯୁକ୍ତ ଅଟୋଚାଳକ ତାଙ୍କ ସହ ଅସଦାଚରଣ କରିଥିଲା। ସେ ତାଙ୍କ ପ୍ରତି କିଛି ଅଶାଳୀନ ମନ୍ତବ୍ୟ ଦେଇଥିଲା। ଛାତ୍ରୀ ଜଣକ ତା’ର ପ୍ରତିବାଦ କରିବାରୁ ସେ ତାଙ୍କ ହାତଧରି ଅଟୋ ଚଳାଇ ଅଧ କିଲୋମିଟର ବାଟ ଘୋଷାରି ନେଇ ପକାଇ ପଳାଇଥିଲା। ପୁଲିସ ସମ୍ପୃକ୍ତ ଅଟୋଚାଳକକୁ ଗିରଫ କରିଛି।