‘ଆଇ ଲଭ୍‌ କେଜ୍ରିୱାଲ୍‌’ ପୋଷ୍ଟର୍‌ ଲଗାଇଥିବା ଅଟୋ ଚାଳକ ନାମରେ ୧୦ ହଜାର ଟଙ୍କାର ଚାଲାଣ କଟିଲା

ନୂଆଦିଲ୍ଳୀ: ଦିଲ୍ଳୀର ଜଣେ ଅଟୋ ଚାଳକ ତାଙ୍କ ଗାଡ଼ି ପଛରେ ‘ଆଇ ଲଭ୍‌ କେଜ୍ରିୱାଲ୍‌ (ମୁଁ କେଜ୍ରିୱାଲ୍‌ଙ୍କୁ ଭଲପାଏ)’ ପୋଷ୍ଟର୍‌ ଲଗାଇଥିବା କାରଣରୁ ତାଙ୍କ ନାମରେ ୧୦ ହଜାର ଟଙ୍କାର ଚାଲାଣ କଟାଯାଇଛି। ଏ ନେଇ ଅଟୋ ଚାଳକ ଜଣକ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦିଲ୍ଳୀର ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବି ଏପରି ଏକ ପୋଷ୍ଟର୍‌ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସରକାର, ପୁଲିସ୍‌ ଓ ନିର୍ବାଚନ କମିସନଙ୍କୁ ମଙ୍ଗଳବାର ଦିଲ୍ଳୀ ହାଇକୋର୍ଟ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ରାଜ୍ୟରେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ ବି ‘ରାଜନୈତିକ ଦ୍ବେଷ’ ସୃଷ୍ଟିକାରୀ ଏପରି ଏକ କାର୍ଯ୍ୟ କାହିଁକି ଓ କାହା ଇଙ୍ଗିତରେ ଘଟିଲା ବୋଲି ଜଷ୍ଟିସ୍‌ ନବୀନ ଚାୱଲା ପ୍ରଶ୍ନ କରି ଜବାବ ଚାହିଁଛନ୍ତି।

Deccan Herald

ଅଟୋ ଚାଳକଙ୍କକ ନାମରେ କାହିଁକି ୧୦ ହଜାର ଟଙ୍କାର ଚାଲାଣ କଟାଯାଇଛି ତାହାକୁ ତଦନ୍ତ କରିବାକୁ ଦିଲ୍ଳୀ ସରକାର ଓ ପୁଲିସ୍‌ ପକ୍ଷର ଓକିଲ୍‌ ଅଦାଲତଙ୍କୁ ଜଣାଇଛନ୍ତି। ନିର୍ବାଚନ ପୂର୍ବରୁ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରିଥିବା କାରଣରୁ ଏ ନେଇ ବିହିତ ପଦକ୍ଷେପ ନିଆଯାଇଛି ବୋଲି ନିର୍ବାଚନ ଅଧିକାରୀଙ୍କ ଆଇନ ପରାମର୍ଶଦାତା କହିଛନ୍ତି।

ମାତ୍ର ଅଟୋ ଚାଳକଙ୍କ ଓକିଲ ଏ ନେଇ ଯୁକ୍ତି କରି କହିଛନ୍ତି ଯେ ‘ପ୍ରଥମ କଥା ହେଲା ଏହା ଏକ ରାଜନୈତିକ ବିଜ୍ଞାପନ ନୁହେଁ। ଯଦି ବି ଏହା ରାଜନୈତିକ ବିଜ୍ଞାପନ ହୋଇଥାଏ, ଏହା କୌଣସି ନିର୍ଦ୍ଦିଷ୍ଟ ରାଜ‌େନ‌ୈତିକ ଦଳର ନୁହେଁ। ଅଟୋ ଚାଳକ ନିଜ ଟଙ୍କାରେ ଏହି ପୋଷ୍ଟର୍‌ ଲଗାଇଛନ୍ତି। ତେଣୁ ଏହା ଦ୍ବାରା ଆଚରଣ ବିଧିର ଉଲ୍ଲଂଘନ ହୋଇନାହିଁ।

ସମ୍ବନ୍ଧିତ ଖବର