ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଅଟୋ ଚାଳକ କିଡ଼ନି ବିକି ଠକେଇର ହେଲେ ଶିକାର

ନୂ୍ଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଜଣେ ଅଟୋ ଚାଳକ ପିଲାଙ୍କ ଭଲ ଭବିଷ୍ୟତ ଓ ଆର୍ଥିକ ସମସ୍ୟାରୁ ମୁକୁଳିବା ପାଇଁ ନିଜର କିଡ଼ନି ବିକ୍ରି କରି ଦେଇଛନ୍ତି। ଦୁଇଟି କିଡ଼ନି ବିକ୍ରି କରିବା ପରେ ତାଙ୍କୁ ଯେତିକି ଟଙ୍କା ଦେବାପାଇଁ କଥା ଦିଆଯାଇଥିଲା ସେତିକି ଟଙ୍କା ନଦେଇ ଦଲାଲ ଠକି ଦେଇଥିବା ଅଭିଯୋଗ ହୋଇଛି। ଯେଉଁ କାରଣରୁ ଅଟୋ ଚାଳକ ମଧୁବାବୁ ଗରଲାପତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ବାସିନ୍ଦା ଥିବା ଅଟୋ ଚାଳକ ଫେସବୁକରେ ଏକ ବିଜ୍ଞାପନ ଦେଖିଥିଲେ ଯେଉଁଥିରେ କିଡନି ବଦଳରେ ବିପୁଳ ପରିମାଣର ଅର୍ଥାତ ୩୦ ଲକ୍ଷ ଟଙ୍କା ମିଳିବ ବୋଲି ଦାବି କରାଯାଇଥିବା ସେ ଜାଣିବାକୁ ପାଇଥିଲେ।

ଅନେକ ଋଣ ଭାରରୁ ମୁକୁଳିବା ପାଇଁ ଓ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ମଧୁବାବୁ ବିଜ୍ଞାପନ ଅନୁଯାୟୀ ନିଜର କିଡନି ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ।ଏହାପରେ ବିଜୟୱାଡାର ବାଶା ନାମକ ଜଣେ ଏଜେଣ୍ଟଙ୍କ ସହ ଅଟୋ ଚାଳକ ଏ ସଂକ୍ରାନ୍ତରେ କଥା ହୋଇଥିଲେ। ଯିଏକି କିଡନି ବଦଳରେ ତାଙ୍କୁ ୩୦ଲକ୍ଷ ଟଙ୍କା  ଦେବେ ବୋଲି ନିଶ୍ଚିତ କରିଥିଲେ।

ବିଜୟୱାଡାର ବିଜୟ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଅପରେସନ୍ ମାଧ୍ୟମରେ ମଧୁବାବୁଙ୍କ କିଡନିକୁ ବାହାର କରାଯାଇଥିଲା। ଅପରେସନ ପୂର୍ବରୁ ଜଣେ ମହିଳା ମଧୁବାବୁଙ୍କ ସହିତ କଥା ହୋଇ କହିଥିଲେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଦାବି ମୁତାବକ ସମସ୍ତ ଟଙ୍କା ନିଶ୍ଚୟ ଦିଆଯିବ। କିନ୍ତୁ କିଡ଼ନି ଦାନ କରି ଦେବାପରେ ତାଙ୍କୁ ୩୦ଲକ୍ଷ ଟଙ୍କା ବଦଳରେ ୫୦ହଜାର ଟଙ୍କା ଦିଆଯାଇ ଦଲାଲ ଫେରାର ହୋଇଯାଇଛନ୍ତି। ଉକ୍ତ ଦଲାଲ ସହିତ ମଧୁବାବୁଙ୍କ ଆଉ କୌଣସି ଯୋଗାଯୋଗ ହୋଇ ନପାରିବାରୁ ଶେ‌ଷରେ ସେ  ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ଘଟଣା ବିଷୟରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର