ରାଜଗଡ଼: ମଧ୍ୟପ୍ରଦେଶର ରାଜଗଡ଼ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଗାଡ଼ି ସହ ଏକ ଅଟୋ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ୧୩ ବର୍ଷୀୟ ବାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି।

Advertisment

ପୁଲିସର ସୂଚନା ଅନୁସାରେ ମୋହନ ଯାଦବଙ୍କ କାଫିଲା ଭୋପାଳରୁ ଶାଜାପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ସାରଙ୍ଗପୁର ନିକଟରେ ରାଜପଥରେ ଏକ ଦୁର୍ଘଟଣା ଘଟିଥିଲା ଏବଂ ଏକ ଅଟୋ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲା।

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅଟୋରେ ମୋଟ ୪ ଜଣ ଥିଲେ। ଆରିଫ୍ ନାମକ ବ୍ୟକ୍ତି ଅଟୋ ଚଳାଉଥିଲେ ଏବଂ ତାଙ୍କ ସହ ତାଙ୍କ ପତ୍ନୀ ଏବଂ ଦୁଇ ପିଲା ଥିଲେ। ଆହତ ହୋଇଥିବା ୧୩ ବର୍ଷୀୟ ବାଳକର ନାମ ଆମେନ୍ ବୋଲି ଜଣାପଡ଼ିଛି। ଅମିନଙ୍କ ଅଣ୍ଟା ଓ ପେଟରେ ଆଘାତ ଲାଗିଥିଲା।

କାର୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ଏତେ ଜୋରରେ ହୋଇଥିଲା ଯେ କାର୍ ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପଡ଼ିଆରେ ଖସି ପଡ଼ିଥିଲା। ଡିଏମ୍ ଓ ଏସପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସହ ଯାଉଥିଲେ। ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ଦେଖିବା ସହ ଆହତଙ୍କ ଉନ୍ନତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ।