ବ୍ୟବଚ୍ଛେଦ ପରେ ୪ ନିର୍ଭୟା ଦୋଷୀଙ୍କ ମୃତଦେହକୁ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଗଲା

ନୂଆଦିଲ୍ଲୀ: ସାଢ଼େ ସାତ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ। ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ରେ ତିହାର ଜେଲରେ ଚାରି ଦୋଷୀ ମୁକେଶ, ପବନ, ଅକ୍ଷୟ ଓ ବିନୟକୁ ଫାଶୀ ଦିଆଯାଇଛି। ଏହି ସମୟରେ ଜେଲ ଭିତରେ ଲକ୍‌ଡାଉନ୍‌ ଥିବା ବେଳେ ତିହାର ଜେଲ୍‌ ବାହାରେ ଲୋକଙ୍କ ଭିଡ଼ ଜମି ରହିଥିଲା। ଫାଶୀ ଖବର ଶୁଣିବା ପରେ ଲୋକଙ୍କ ମନରେ ଖୁସିର ଲହରି ଖେଳି ଯାଇଥିଲା। ଏପଟେ ନିର୍ଭୟାଙ୍କ ମା’-ବାପା ମାର୍ଚ୍ଚ ୨୦କୁ ନିର୍ଭୟା ଦିବସ ଭାବେ ପାଳନ କରିବାକୁ କହିଛନ୍ତି।

Image result for autopsy-completed-bodies-handed-over-to-relatives
Aaj Tak

ଫାଶୀ ପରେ ୪ ନିର୍ଭୟା ଦୋଷୀଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ ଦୀନ ଦୟାଲ ଉପାଧ୍ୟାୟ ହସ୍‌ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ବିଏନ୍‌ ମିଶ୍ରାଙ୍କ ନେତୃତ୍ୱରେ ପାଞ୍ଚଜଣ ଡାକ୍ତର ନିୟମ ଅନୁସାରେ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ କରିଥିଲେ। ଯାହାର ପୂରା ପ୍ରକ୍ରିୟାର ଭିଡିଓ ରେକର୍ଡ ବି କରାଯାଇଥିଲା। ଦ୍ୱିପହର ସମୟରେ ଚାରିଜଣ ଦୋଷୀଙ୍କ ବ୍ୟବଚ୍ଛେଦ ଶେଷ ହେବା ପରେ ମୃତଦେହକୁ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି।

ତେବେ ଫାଶୀରୁ ବଞ୍ଚିବା ପାଇଁ ଆଇନର ସମସ୍ତ ରାସ୍ତା ବନ୍ଦ ହୋଇ ଯାଇଥିଲେ ବି ୪ ଦୋଷୀ ହାର ମାନି ନଥିଲେ। ଶେଷ ମୁହୂର୍ତ୍ତରେ ବି ଏଥିରୁ ବଞ୍ଚି ଯିବାକୁ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ବିଳମ୍ବିତ ରାତିରେ ସୁପ୍ରିମକୋର୍ଟ ୪ ଦୋଷୀଙ୍କ ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ। ଯାହାପରେ ଦୋଷୀଙ୍କ ଫାଶୀ ସ୍ପଷ୍ଟ ହୋଇଯାଇଥିଲା।

ସମ୍ବନ୍ଧିତ ଖବର