ଶ୍ରୀନଗର: ଜମ୍ମୁ-କଶ୍ମୀରର ବନ୍ଦିପୋରା ଜିଲ୍ଲାରେ ଭାରତ-ପାକ୍ ନିୟନ୍ତ୍ରଣ ରେଖାରେ ମୁତୟନ ହୋଇଥିବା ତିନି ଯବାନଙ୍କ ପତ୍ତା ମିଳୁନାହିଁ। ସୋମବାରଠାରୁ ଏ ଅଞ୍ଚଳରେ ପ୍ରବଳ ତୁଷାରପାତ ହେବା ସହ ମଙ୍ଗଳବାର ଭୋର ସମୟରେ ଜୋରଦାର ହିମସ୍ଖଳନ ପରେ କର୍ତ୍ତବ୍ୟରତ ତିନି ଜଣ ଯବାନ ନିଖୋଜ ହୋଇଛଡ଼୍ତି। ସେମାନେ ବରଫସ୍ତୁପ ତଳେ ଫସି ଯାଇଥିବା ଅନୁମାନ କରାଯାଉଛି। ସର୍ଚ୍ଚ ଅପରେସନ୍ ଜାରି ଥିଲେ ମଧ୍ୟ ଏଯାବତ୍ ସେମାନଙ୍କୁ ଠାବ କରାଯାଇ ପାରିନାହିଁ।
ବନ୍ଦିିପୋରା ଜିଲ୍ଲାର ଗୁରେଜ୍ ସେକ୍ଟରରେ ତୁଷାରପାତ ପରେ ହିମସ୍ଖଳନ ଘଟିଛି। ଜମ୍ମୁ-କଶ୍ମୀର ପୁଲିସ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ପତ୍ତା ମିଳୁ ନ ଥିବା ଯବାନମାନେ ଗୁରେଜ ସେକ୍ଟରର ମନିପୋଷ୍ଟରେ ମୁତୟନ ଥିଲେ। ସେନା ଓ ପୁଲିସ୍ ପକ୍ଷରୁ ସେମାନଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ତେବେ ତୁଷାରପାତ ଜାରି ରହିଥିବାରୁ ଅପରେସନ୍ରେ ବାଧା ଉପୁଜିଛି ବୋଲିଅଧିକାରୀ ଜଣକ କହିଛନ୍ତି।
ନିୟନ୍ତ୍ରଣ ରେଖା ନିକଟରେ ତୁଷାରପାତ ଫଳରେ ଭୂମି ଉପରେ ୫ ଫୁଟ ଉଚ୍ଚତାର ବରଫ ଜମିରହିଛି। ସୋମବାର ସଂଧ୍ୟାରେ ପ୍ରବଳ ତୁଷାରପାତ ଆରମ୍ଭ ହୋଇ ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଜାରି ରହିଛି। ବିଳମ୍ବରେ ମିଳିଥିବା ସୂଚନା ଅନୁଯାୟୀ, ନିୟନ୍ତ୍ରଣ ରେଖା ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଲାଗି ଆସିଥିବା ସେନାର ଜଣେ କର୍ମଚାରୀ ମଧ୍ୟ ଏଥିରେ ନିଖୋଜ ରହିଛନ୍ତି। ତାଙ୍କୁ ମଧ୍ୟ ଠାବ କରାଯାଇ ପାରୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/avlanche-1.jpg)