ପ୍ରଥମ ଭାରତୀୟ ମହିଳା ଭାବେ ଫାଇଟର ଜେଟ୍‌ ଚଳାଇ ଇତିହାସ ରଚିଲେ ଅବନୀ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ଜେଟ୍‌ ଉଡାଇ ଇତିହାସ ରଚିଛନ୍ତି । ଫାଇଟର ଜେଟ୍‌ ଚଳାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା-ଫ୍ଲାଇଂ ଅଫିସର ଅବନୀ ଚର୍ତୁବେଦୀ । ଏହା ପୂର୍ବରୁ କୌଣସି ଭାରତୀୟ ମହିଳା ଏହା କରି ନ ଥିଲେ । ଫେବ୍ରୁଆରି ୧୯ରେ ସେ ଏକା ଫାଇଟର ଜେଟ୍‌ ମିଗ୍‌-୨୧ ବାଇସନ୍‌କୁ ସଫଳତାର ସହ ଉଡ଼ାଇବା ସହ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କର ସଫଳତା ପରେ ସମସ୍ତେ ଖୁସି ହେବା ସହ ଭାରତୀୟ ବାୟୁସେନା ତାଙ୍କୁ ଅଭିନନ୍ଦନ ଜଣାଇଛି ।

www.newindianexpress.com

ସୂଚନା ମୁତାବକ, ୩ ଜଣ ମହିଳା ପାଇଲଟ୍‌ ଅବନୀ ଚର୍ତୁବେଦୀ, ଭାଓ୍ଵନା କନ୍ଥ ଏବଂ ମୋହନା ସିଂଙ୍କୁ ଫାଇଟର ଜେଟ୍‌ ଉଡ଼ାଇବା ପାଇଁ ପ୍ରଶିକ୍ଷଣ ଦିଆ ଯାଇଥିଲା । ପରୀକ୍ଷାମୂଳକ ଭାବରେ ମହିଳାମାନଙ୍କ ପାଇଁ ଫାଇଟର ଷ୍ଟ୍ରିମ୍‌ ଖୋଲିବା ପାଇଁ ସରକାର ଘୋଷଣା କରିବା ପରେ ଜୁଲାଇ ୨୦୧୬ରେ ଏହି ୩ ଜଣଙ୍କୁ ଫ୍ଲାଇଙ୍ଗ୍‌ ଅଫିସର ଭାବେ ନିୟୋଜିତ କରାଯାଇଥିଲା ।

Indian Defence Review

ପ୍ରଥମ ବ୍ୟାଚ୍‌ ପାଇଁ ଅବନୀ ଚର୍ତୁବେଦୀ, ଭାଓ୍ଵନା କନ୍ଥ ଏବଂ ମୋହନା ସିଂଙ୍କୁ ବଛା ଯାଇଥିବା ବେଳେ ଦ୍ୱିତୀୟ ବ୍ୟାଚ୍‌ ପାଇଁ ଅନ୍ୟ ୩ ଜଣଙ୍କୁ ବଛା ସରିଛି ବୋଲି ଭାରତୀୟ ବାୟୁ ସେନା ସୂଚନା ଦେଇଛି ।

ସମ୍ବନ୍ଧିତ ଖବର