ଶ୍ରୀନଗର: ଜମ୍ମୁ କଶ୍ମୀରରେ ବିଗତ ୧୨ ଘଣ୍ଟା ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ଟି ଏନ୍କାଉଣ୍ଟର କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁରକ୍ଷାବାହିନୀର ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କେବଳ ଗୋଟିଏ ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ଟି ଏନ୍କାଉଣ୍ଟର ଜାରି ରହିଛି।
ସୋପିଆର ଦରଗଦ ସୁଗନ ଅଂଚଳରେ ପ୍ରଥମ ଏନକାଉଣ୍ଟର ହୋଇଥିଲା। ଏଠାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଦକ୍ଷିଣ କଶ୍ମୀରର ଅବନ୍ତିପୁରା ଓ ପୁଲଓ୍ଵାମାର ତ୍ରାଲରେ ସୁରକ୍ଷାବାହିନୀର ଏନକାଉଣ୍ଟର ଜାରି ରହିଛି।
ରିପୋର୍ଟ ଅନୁସାରେ ଶୁକ୍ରବାର ଅପରାହ୍ଣ ୩ଟା ୩୦ରେ ସୁରକ୍ଷାବଳଙ୍କୁ ସୂଚନା ମିଳିଥିଲା ଯେ, ଅବନ୍ତୀପୁରା ଅଂଚଳରେ କିଛି ଆତଙ୍କବାଦୀ ଲୁଚିଛନ୍ତି। ଏହା ପରେ ସିଆରପିଏଫ୍, ରାଷ୍ଟ୍ରୀୟ ରାଇଫଲ୍ ଓ ଜମ୍ମୁ କଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଘେରାବନ୍ଦୀ କରିଥିଲା। ଏହା ପରେ ଏନ୍କାଉଣ୍ଟର କରିଥିଲା। ଏହି ଅଂଚଳରେ ୩ରୁ ୪ ଆତଙ୍କବାଦୀ ଥିବା ସନ୍ଦେହ କରାଯାଉଛି।
ସେହିପରି ତ୍ରାଲସ୍ଥିତ ସିଆରପିଏଫ ଶିବିର ବାହାରେ ଗ୍ରେନେଡ ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀର ଯବାନମାନେ ଘେରିଛନ୍ତି। ଏନ୍କାଉଣ୍ଟର ଜାରି ରହିିଛି, ଅଧିକ ଖବରକୁ ଅପେକ୍ଷା କରାଯାଇଛି।