ଜୟପୁର: ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ପ୍ରଥମ ଥର ରାଜସ୍ଥାନ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିକାନେର ଏୟାରବେସ୍ରେ ଯବାନଙ୍କୁ ଯାଇ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ପରେ ସେଠାରୁ କରଣୀ ମାତା ମନ୍ଦିରରେ ପହଞ୍ଚି ଶକ୍ତି ପୂଜା ମଧ୍ୟ କରିଛନ୍ତି । ମୋଦୀ ଏହି ଅବସରରେ ୧୦୩ ଅମୃତ ଭାରତ ଷ୍ଟେସନ୍ର ଉଦ୍ଘାଟନ କରିଛନ୍ତି ।
ଅମୃତ ଭାରତ ଯୋଜନାରେ ୧୦୩ ନୂଆ ଷ୍ଟେସନ୍ର ଉଦ୍ଘାଟନ। ପ୍ରଧାନମନ୍ତ୍ରୀ ଭେଟିଦେଲେ ୨୬ ହଜାର କୋଟି ଟଙ୍କାର ପ୍ରକଳ୍ପ ।
ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ଦେଶରେ ୧୩ଶହରୁ ଅଧିକ ଷ୍ଟେସନ୍ର ଆଧୁନିକୀକରଣ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିକଶିତ ହୋଇଥିବା ୧୦୩ ଅମୃତ ଷ୍ଟେସନ୍ର ଉଦ୍ଘାଟନ କରିଛନ୍ତି ମୋଦୀ । ଏଥିରେ ବିକାନେର ଦେଶନୋକ ରେଳ ଷ୍ଟେସନ୍ ରହିଛି । ଆଉ ଏଠାରୁ ଭର୍ଚୁଆଲ ଭାବେ ରେଳ ଷ୍ଟେସନ୍ ଗୁଡିକର ଉଦ୍ଘାଟନ କରିଛନ୍ତି ମୋଦୀ ।
ରାଜସ୍ଥାନରୁ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ କରିଛନ୍ତି ମୋଦୀ । କହିଲେ, ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଇଛି । ୩ ସେନା ମିଶି ଚକ୍ରବ୍ୟୂହ ରଚିଥିଲେ । ୨୨ର ପ୍ରତିଶୋଧ ୨୨ ମିନିଟରେ ନେଇଥିଲୁ । ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲୁ । ପ୍ରଥମେ ଘରେ ପଶି ମାରିଥିଲୁ, ଏବେ ଛାତିକୁ ମାରିଲୁ । ଏହା ଆକ୍ରୋଶ ନୁହେଁ, ସମଗ୍ର ଭାରତର ରୌଦ୍ର ରୂପ । ସିନ୍ଦୂର ଯେବେ ବାରୁଦ ହୁଏ ତାର ପରିଣାମ ଭୟଙ୍କର ହୁଏ । ସିନ୍ଦୂର ପୋଛିଥିବା ସୈତାନଙ୍କୁ ମାଟିରେ ମିଶାଇଲୁ । ପରମାଣୁ ଆକ୍ରମଣ ଧମକକୁ ଭାରତ ଖାତିର କରେନି । ପୂରା ବିଶ୍ୱରେ ପାକିସ୍ତାନର ପୋଲ୍ ଖୋଲୁଛି । ଆଉ ଆକ୍ରମଣ କଲେ ଧୂଳିସାତ କରିଦେବୁ । ପାକିସ୍ତାନ କେବେ ସିଧା ଲଢ଼େଇ କରିପାରିବନି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/22/d8PSZ0hJvC3kYtMpTRpV.jpg)