ଆଭଞ୍ଜର୍ସ ‘ଏଣ୍ଡ୍‌ଗେମ୍‌’:ବକ୍ସ ଅଫିସ ରେକର୍ଡ ଭାଙ୍ଗିଲା

ମୁମ୍ବାଇ: ଆଭଞ୍ଜର୍ସର ‘ଏଣ୍ଡ୍‌ଗେମ୍‌’ ସିନେମା ବକ୍ସ୍‌ ଅଫିସ ରେକର୍ଡ ଭାଙ୍ଗି ଗତ ତିନି ଦିନ ମଧ୍ୟରେ ଭାରତରେ ୧୫୭ କୋଟି ଟଙ୍କାର କାରବାର କରିଛି। କେବଳ ରବିବାର ଦିନ ହିଁ ୫୨.୭୦ କୋଟି ସଂଗ୍ରହ ହୋଇଥିବା ସିନେମାର ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଥାଉକି, ‘ଏଣ୍ଡ୍‌ଗେମ୍‌’ ଏପ୍ରିଲ ୨୬ରେ ମୁକ୍ତିଲାଭ କରିଥିଲା। ଏଥିରେ ହଲିଉଡ୍‌ର ଲୋକପ୍ରିୟ କଳାକାର ରବର୍ଟ ଡାଉନି ଜୁନିଅର, ଖ୍ରୀସ୍‌ ଇଭାନ୍ସ୍‌, ମାର୍କ ରୂଫଲୋ ଏବଂ ଖ୍ରୀସ୍‌ ହେମ୍‌ସୱର୍ଥ ଅଭିନୟ କରିଛନ୍ତି। ‘ଏଣ୍ଡ୍‌ଗେମ୍‌’ ପୂର୍ବରୁ ଆ‌େଭଞ୍ଜର୍ସର ‘ଇନ୍‌ଫିନିଟି ୱାର୍‌’ ପ୍ରଥମ ସପ୍ତାହରେ ୯୪.୩୦ କୋଟିର କାରବାର କରିଥିଲା।

ସମ୍ବନ୍ଧିତ ଖବର