କାଶ୍ମୀର ଆତଙ୍କବାଦୀଙ୍କ ହାରାହାରି ଆୟୁଷକୁ ୬ ମାସକୁ କମାଇଦେଇଛି ଭାରତୀୟ ସେନା

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ହାରାହାରି ଆୟୁଷ କମାଇଦେଇଛି ଭାରତୀୟ ସେନା । ଆତଙ୍କବାଦୀଙ୍କ ହାରାହାରି ଆୟୁଷ ଅଥବା ସକ୍ରିୟତା ସମୟ ମାତ୍ର ୬ ମାସକୁ ଖସିଆସିଛି ବୋଲି ଭାରତୀୟ ସେନାର ଏକ ରିପୋର୍ଟରୁ ଜଣାପଡିଛି । ଜଣେ ଆତଙ୍କବାଦୀର ହାରାହାରି ଆୟୁଷର ଅର୍ଥ ହେଉଛି ସେ ଆତଙ୍କବାଦୀ ସଂଗଠନରେ ଯୋଗଦେବାଦିନଠାରୁ ଆରମ୍ଭ କରି ସେନାବାହିନୀ ହାତରେ ପ୍ରାଣ ହରାଇବାର ଦିନ ପର୍ଯ୍ୟନ୍ତ ସମୟ । ପୂର୍ବରୁ ଆତଙ୍କବାଦୀମାନଙ୍କ ସମୟ ଏତେ ଖରାପ ପଡିନଥିଲା ।

ଏବର୍ଷ ଯେତିକି ଆତଙ୍କବାଦୀ ମଲେଣି, ମନେହେଉଛି ଏବର୍ଷ ରେକର୍ଡ ଭାଙ୍ଗିବ ସେନା । ମିଳିଥିବା ସୂଚନା ଅନୁସାରେ ଏ ବର୍ଷରେ ଆଜିସୁଦ୍ଧା କାଶ୍ମୀରରେ ୨୬୨ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । କେବଳ ଚଳିତ ମାସରେ ୩୫ ଆତଙ୍କବାଦୀ ମରିଛନ୍ତି । ତେବେ ଘାଟିରେ ଆହୁରି ପ୍ରାୟ ୨୦୦ରୁ ୨୫୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ଏମାନଙ୍କୁ ବି ନିପାତ କରିଦିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି । ସେନାର ଏହି ସଫଳତା ପଛରେ ସରକାରଙ୍କ ବି ହାତ ରହିଛି । ଆତଙ୍କବାଦୀ ନିପାତ ପାଇଁ ସେନାର ହାତ ଖୋଲା କ୍ଷମତା ଦିଆଯାଇଛି । ଏପରିକି ଅପରେସନ ବେଳେ ପଥରମାଡ କରୁଥିବା ଲୋକମାନଙ୍କୁ ବି ସେନା ଆତଙ୍କବାଦି ହିସାବରେ ଗଣି ତାଙ୍କ ଉପରକୁ ଗୁଳି ଚଳାଉଛି ।

ସମ୍ବନ୍ଧିତ ଖବର