ନୂଆଦିଲ୍ଲୀ: ଆନ୍ତର୍ଜାତିକ ଓ ଅଭ୍ୟନ୍ତରୀଣ ବିମାନ ଚଳାଚଳ କମାଇବାର ଦିନକ ପରେ ଋଣଗ୍ରସ୍ତ ଜେଟ୍ ଏୟାର୍େଓ୍ଵଜ୍ର ସମସ୍ୟା ସଂକ୍ରାନ୍ତରେ ସମୀକ୍ଷା କରିବାକୁ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଆଦେଶ ଦେଇଛନ୍ତି।
ମନ୍ତ୍ରୀ ସୁରେଶ ଟୁଇଟ୍ କରିଛନ୍ତି: ଜେଟ୍ ଏୟାର୍ଓଏଜ୍ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମୀକ୍ଷା ନିମନ୍ତେ ସଚିବଙ୍କୁ ନିର୍ଦେଶ ଦେଇଛି। ଯାତ୍ରୀଙ୍କ ଅସୁବିଧା କମ୍ କରିବା ଓ ସେମାନଙ୍କର ସୁରକ୍ଷା ଲାଗି ଆବଶ୍ୟକ ପଦକ୍ଷେପ ନେବା ଲାଗି କହିଛି।
ଗୁରୁବାର ଦିନ ଜେଟ୍ ଏୟାର୍ଓଏଜ୍ ଲଣ୍ଡନ, ପ୍ୟାରିସ ଏବଂ ଆମଷ୍ଟର୍ଡମ୍ ଆଦି ସ୍ଥାନକୁ ବିମାନ ସେବା ବନ୍ଦ କରି ଦେଇଛି।
ଏଥି ସହ ଜେଟ୍ ମୁମ୍ବାଇ-କୋଲକାତା ଓ କୋଲକାତା-ଗୌହାଟି ବିମାନ ସେବା ବନ୍ଦ ରଖିଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି ଯେ ଆବଶ୍ୟକ ସଂଖ୍ୟା ଠାରୁ ବିମାନସଂଖ୍ୟା କମିଲେ ସମୀକ୍ଷା କରାଯିବ।