ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ ନୂଆ ମୋଟରଯାନ ଆଇନ ଚର୍ଚ୍ଚାରେ ରହିଛି। ସେପ୍ଟେମ୍ବର ୧ରୁ କେତେକ ରାଜ୍ୟଙ୍କୁ ଛାଡ଼ି ଦେଶର ଅଧିକାଂଶ ରାଜ୍ୟ ଏହି ନୂଆ ନିୟମ ଲାଗୁ କରି ଦିଆଯାଇଛି। ଏହି ନୂଆ ଟ୍ରାଫିକ୍ ନିୟମ ଉଲଂଘନ କଲେ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି। ଚାଲାଣ ଆଧାରରେ ଜରିମାନା ରାଶିକୁ ୧୦ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରି ସମୟରେ ଆପଣ ଯଦି କୌଣସି କାରଣବଶତଃ ନିଜ ଡ୍ରାଇଭିଂ ଲାଇସେନ୍ସ ତଥା ଅନ୍ୟ କାଗଜପତ୍ରକୁ ଘରେ ଭୁଲି ଆସିଛନ୍ତି, ତେବେ ଡିଜିଲକର ଆପଣଙ୍କ ସାହାଯ୍ୟ କରିବ।
/sambad/media/post_attachments/wp-content/uploads/2019/09/PTI9_1_2019_000032B-770x433-300x169.jpg)
ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଦ୍ୱାରା ଗତବର୍ଷ କେନ୍ଦ୍ରୀୟ ମୋଟରଯାନ ନିୟମ ୧୯୮୯ରେ ଏକ ସଂଶୋଧନ କରାଯାଇଥିଲା। ଯେଉଁଥିରେ ମୋଟର ଚାଳକଙ୍କୁ ଗାଡ଼ି ପଞ୍ଜିକରଣ ପ୍ରମାଣ ପତ୍ର, ବୀମା କାଗଜ, ପ୍ରଦୂଷଣ ପ୍ରମାଣପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଭଳି କାଗଜପତ୍ରର ହାର୍ଡ କପି ରଖିବା ଆବଶ୍ୟକତା ବୋଲି ଉଲ୍ଲେଖ ରହିଥିଲା। ତେବେ ନୂଆ ନିୟମ ଅନୁସାରେ ଏହି ଦସ୍ତାବିଜକୁ ଯଦି ଟ୍ରାଫିକ୍ ପୁଲିସ ମାଗୁଛନ୍ତି, ତେବେ ଏହାକୁ ଇଲେକ୍ଟ୍ରାନିକ୍ ଭାବେ ପ୍ରଦର୍ଶିତ କରି ଚାଲାଣ କଟିବାରୁ ବର୍ତ୍ତି ପାରିବେ।
ନୂଆ ନିୟମ ଅନୁସାରେ ଗାଡ଼ି ଚାଳକ ଡିଜିଟାଲ ଦସ୍ତାବିଜ ନିଜ ଫୋନ୍ କିମ୍ବା ଅନ୍ୟ ଡିଭାଇସ୍ରେ ସଂଗ୍ରହ କରି ରଖି ପାରିବେ। ସମୟ ଆସିଲେ ଚାଳକ ଏହାକୁ ଟ୍ରାଫିକ୍ ପୁଲିସ ଆଗରେ ପ୍ରଦର୍ଶିତ କରି ପାରିବେ। ଡିଜିଟାଲ ଦସ୍ତାବିଜର ଅର୍ଥ ନୁହେଁ କି ନିଜର ଫଟୋ ଓ ସ୍କାନ କପି ନିଜ ଫୋନ୍ରେ ରଖିବା । ଏଥିପାଇଁ ଆପଣଙ୍କୁ ଏହି ଦସ୍ତାବିଜକୁ ଡିଜିଲକର ତଥା mParivahan ଆପରେ ରଖିବାକୁ ପଡ଼ିବ, ଯାହାକି ସରକାରଙ୍କ ଦ୍ୱାରା ମାନ୍ୟତା ପାଇଛି।
/sambad/media/post_attachments/wp-content/uploads/2019/09/Traffic-Police-620x400-300x194.jpg)
ସରକାର ନୂଆ ମୋଟରଯାନ ନିୟମ ଜରିଆରେ ଦେଶରେ ହେଉଥିବା ଦୁର୍ଘଟଣା ସଂଖ୍ୟାକୁ ହ୍ରାସ କରିବାର ଯୋଜନା ରଖିଛନ୍ତି। ଏହି କାରଣରୁ ଟ୍ରାଫିକ୍ ନିୟମର ଉଲଂଘନ କରିବା ଉପରେ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/new-traffic-rule-mparivahan-1567685570.jpg)