ନୂଆଦିଲ୍ଲୀ: ଏସିଆ କପରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ଅଯୋଧ୍ୟାର ସମାଜବାଦୀ ପାର୍ଟିର ସାଂସଦ ଅବଧେଶ ପ୍ରସାଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।
ଅବଧେଶ ପ୍ରସାଦ କହିଛନ୍ତି,‘ଆମର ଖେଳାଳିମାନେ ସର୍ବଦା ଦେଶର ସମ୍ମାନ ବୃଦ୍ଧି କରିଛନ୍ତି, କିନ୍ତୁ ଏହି ମ୍ୟାଚ୍ ଆମ ଦେଶର ସମ୍ମାନ, ନୀତି ଓ ସ୍ବାଭିମାନୀ ବିରୋଧୀ ହେବ ବୋଲି ମୁଁ କହିବି। ଏହି ମ୍ୟାଚ୍ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ନିଶ୍ଚୟ କଷ୍ଟ ଦେବ । ଅନେକ ମୃତକଙ୍କ ପରିବାର ବି ଏହି ମ୍ୟାଚକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସରକାରଙ୍କ ଅପରେସନ ସିନ୍ଦୂର ଆକ୍ରମଣ ବୃଥା ଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି।
ଆମର ନେତା ଅଖିଳେଶ ଯାଦବ କହିଛନ୍ତି, ‘ ସରକାର ଆତଙ୍କବାଦ ସମାପ୍ତ କରିବା ପାଇଁ ଯେକୌଣସି ପଦକ୍ଷେପ ନେବେ, ସମଗ୍ର ଦେଶ ଏହାକୁ ସମର୍ଥନ କରିବ।’ ସମଗ୍ର ଦେଶ ସରକାରଙ୍କ ସହିତ ଠିଆ ହୋଇଛି ଏବଂ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପକୁ ସମର୍ଥନ କରୁଛି।’