ଅବନ୍ତିପୋରା ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀ ନିହତ, ୨ଟି ଏକେ-୪୭ ରାଇଫଲ୍‌ ଜବତ

ଅବନ୍ତିପୋରା: ଅବନ୍ତିପୋରା ଏନ୍‌କାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀଙ୍କ ଜୀବନ ଯାଇଛି। ସୋମବାର ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳର ରାଜପୋରାଠାରେ ସୀମା ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ ସମୟରେ ଏହି ଏନକାଉଣ୍ଟର୍‌ ଘଟିଛି। ଏନ୍‌କାଉଣ୍ଟର୍‌ ପରେ ସେହି ସ୍ଥାନରୁ ୨ଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ ହୋଇଛି।

www.indiatoday.in

 

ମୃତ ଆତଙ୍କବାଦୀ ଦ୍ବୟ ହେଉଛନ୍ତି ସାହିଦ ରାଥର ଏବଂ ଉମର ୟୁସୁଫ୍‌। ସାହିଦ ଟ୍ରାଲ୍‌ ଅଞ୍ଚଳର ହୋଇଥିବା ବେଳେ ୟୁସୁଫ୍‌ ହେଉଛନ୍ତି ସୋପିଆନାର।

 

ଏ ନେଇ କଶ୍ମୀର ପୁଲିସ୍‌ ସୋମବାର ଏକ ଟ୍ବିଟ୍‌ କରି ଲେଖିଛି ଯେ, ‘ ଅବନ୍ତିପୋରା ଏନ୍‌କାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀ ନିହତ। ଘଟଣାସ୍ଥଳରୁ ୨ଟି ଏକେ-୪୭ ରାଇଫଲ୍‌ ଜବତ। ଅପରେସନ୍‌ ଏବେ ବି ଚାଲୁ ଅଛି। ପୁନଶ୍ଚ ସୂଚନା ପାଇଁ ଅପେକ୍ଷା କରାଯାଇଛି।’

 

କଶ୍ମୀର ଆଜିପିଙ୍କ କହିବାନୁସାରେ, ଅନ୍ୟ ଆତଙ୍କବାଦୀ ଅପରାଧକୁ ବାଦ୍‌ ଦେଲେ ସାହିଦ ଜଣେ ମହିଳା ଓ ଜଣେ ସରକାରୀ କର୍ମଚାରୀଙ୍କୁ ହତ୍ୟା କରିଛି।

ସମ୍ବନ୍ଧିତ ଖବର