ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ୨ଜଣ ପୁଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ, ୬୭ଜଣଙ୍କୁ ବୀରତା ଓ ୧୧ଜଣଙ୍କୁ ମିଳିବ ପୁଲିସ ପଦକ

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବାଧୀନତା ଦିବସ ଅବସରରେ ଦେଶର ପୁଲିସ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବା ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ବୀକୃତି ଦିଆଯିବା ସହ ସ୍ବାଧୀନତା ଦିବସ ଅବସରରେ ସେମାନଙ୍କୁ ବିଭିନ୍ନ ପଦକ ସହ ସମ୍ମାନିତ କରାଯିବ। ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପଦକ ଲାଗି ମନୋନୀତ ପୁଲିସ କର୍ମଚାରୀଙ୍କ ନାମ ପ୍ରକାଶ କରାଯାଇଛି।

ଏହି ଅବସରରେ ଓଡ଼ିଶାର ୨ଜଣ ପୁଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ, ୬୭ଜଣଙ୍କୁ ବୀରତା ପଦକ ଓ ୧୧ଜଣଙ୍କୁ ଉତ୍ତମ ସେବା ପାଇଁ ପୁଲିସ ପଦକ ମିଳିବ ବୋଲି ଜଣାପଡ଼ିଛି। ଆଜି ଭାରତ ସରକାରଙ୍କ ଦ୍ୱାରା ସ୍ୱାଧୀନତା ଦିବସ ଅବସରରେ ୬୭ ଓଡ଼ିଶା ପୁଲିସ କର୍ମଚାରୀଙ୍କୁ ବୀରତା ପଦକ ଦିଆଯିବ ବୋଲି ଘୋଷଣା କରାଯାଇଛି | ଚଳିତ ବର୍ଷ ଓଡ଼ିଶାରୁ ଅଧିକ ପୁଲିସ କର୍ମଚାରୀଙ୍କୁ ପଦକ ଲାଗି ମନୋନୀତ  କରାଯାଇଥିବାରୁ ଏହା ଓଡ଼ିଶା ପାଇଁ ଆନନ୍ଦର ବିଷୟ।

ବୀରତା ପଦକ ପାଇଁ ଓଡ଼ିଶାରୁ ୬୭ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଉତ୍ତମ ସେବା ପାଇଁ ୧୧ଜଣ ପୁଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଏହା ସହ ଚଳିତ ବର୍ଷ ଓଡ଼ିଶାରୁ ମାତ୍ର ୨ଜଣ ରାଷ୍ଟ୍ରପତି ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେ ମଧ୍ୟରେ ରହିଛନ୍ତି  ଭୁବନେଶ୍ବରର ଡିଏସପି ଉମାଶଙ୍କର ପଣ୍ଡା ଏବଂ କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଭାଗିରଥୀ ତ୍ରିପାଠୀ।

ସମ୍ବନ୍ଧିତ ଖବର