ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ସହିଦ ଏବଂ ସିଆରପିଏଫ୍ ଏଏସ୍ଆଇ ମୋହନ ଲାଲ୍ଙ୍କୁ ବୀରତ୍ବ ପାଇଁ ରାଷ୍ଟ୍ରପତି ପୁଲିସ ମେଡାଲ୍ ମିଳିଛି। ୨୦୧୯ ଫେବ୍ରୁଆରି ୧୪ରେ ସିଆରପିଏଫ୍ ଗାଡ଼ି ନିକଟରେ ପ୍ରଥମ ଥର ପାଇଁ ସେ ଆତ୍ମଘାତୀ କାର୍କୁ ଚିହ୍ନଟ କରିଥିଲେ। ତେବେ ଆତ୍ମଘାତୀ କାର୍ ବସ୍ରେ ପିଟି ହେବା ପୂର୍ବରୁ ପ୍ରଥମେ ସେ ଏହି ଆତ୍ମଘାତୀ କାର୍କୁ ଚିହ୍ନଟ କରି ଗୁଳି ଚାଳନା କରିଥିଲେ। ମୋହନ ଲାଲ୍ଙ୍କର ଏହି ବୀରତ୍ବ ପାଇଁ ତାଙ୍କୁ ମରଣୋତ୍ତର ରାଷ୍ଟ୍ରପତି ପୁଲିସ ମେଡାଲ୍ ମିଳିଛି।
ପୁଲୱାମା ଆତ୍ମଘାତୀ ବିସ୍ଫୋରଣରେ ଯେଉଁ ୪୦ ଯବାନ ସହିଦ ହୋଇଥିଲେ ସେମାନଙ୍କ ମଧ୍ୟରେ ଏଏସ୍ଆଇ ମୋହନ ଲାଲ୍ ଅଛନ୍ତି। ସାଧାରଣତନ୍ତ୍ର ଦିବସ ୨୦୨୧ ପାଇଁ ମୋଟ୍ ୯୩୬ ପୁଲିସ ମେଡାଲ୍ ଘୋଷଣା କରାଯାଇଛି। ଏଥି ମଧ୍ୟରେ ୨ଟି ପିପିଏମ୍ଜି (ପ୍ରେସିଡେଣ୍ଟ୍ ପୁଲିସ ମେଡାଲ୍ ଫର୍ ଗାଲେଣ୍ଟ୍ରି), ୨୫୦ ଟି ପିଏମ୍ଜି (ପୁଲିସ ମେଡାଲ୍ ଫର୍ ଗାଲେଣ୍ଟ୍ରି) ତଥା ବୀରତ୍ବ ପାଇଁ ପୁଲିସ ମେଡାଲ୍, ୮୯ଟି ପିପିଏମ୍ (ପ୍ରେସିଡେଣ୍ଟ୍ସ ପୁଲିସ ମେଡାଲ୍) ଏବଂ ୬୫୦ଟି ପିଏମ୍ (ପୁଲିସ ମେଡାଲ୍ ) ଘୋଷଣା କରାଯାଇଛି। ଏଥିସହିତ ଗଲୱାନ ସଂଘର୍ଷରେ ଗତବର୍ଷ ଶହୀଦ ହୋଇଥିବା ବିହାର ରେଜିମେଣ୍ଟର କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ଭାବେ ସେନାର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ମହାବୀର ଚକ୍ର ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରାଯିବ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/f564f654h5fs64h5fs64f5s64fs56h.jpg)