ରାଲି ବାତିଲ ପାଇଁ କଂଗ୍ରେସ ୨୫ ଲକ୍ଷ ଯାଚିଥିଲା: ଅୱେସି

ହାଇଦ୍ରାବାଦ: ତେଲେଙ୍ଗାନାରେ ଆସନ୍ତା ଡିସେମ୍ବର ୭ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି। ହାଇଦ୍ରାବାଦରୁ ୩ ଥର ସାଂସଦ ରହିଥିବା ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସଦୁଦ୍ଦିନ୍‌ ଅୱେସି ଆଜି କଂ‌ଗ୍ରେସ ଉପ‌ରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରାଲିକୁ ବାତିଲ କରିବା ପାଇଁ କଂଗ୍ରେସ ତାଙ୍କୁ ୨୫ ଲକ୍ଷ ଟଙ୍କା ଯାଚିଥିଲା। ପ୍ରମାଣ ସ୍ବରୂପ ଏହାର ଅଡିଓ ରେକର୍ଡିଂ ଉପସ୍ଥାପନ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

ସମ୍ବନ୍ଧିତ ଖବର