ହଟିବ ସମସ୍ତ ଟୋଲ ବୁଥ, ଜିପିଏସ ଇମେଜିଙ୍ଗ ମାଧ୍ୟମରେ ହେବ ଟୋଲ୍ ସଂଗ୍ରହ

ନୂଆଦିଲ୍ଲୀ: ହଟିବ ସମସ୍ତ ଟୋଲ ବୁଥ, ଜିପିଏସ ଇମେଜିଙ୍ଗ ମାଧ୍ୟମରେ ହେବ ଟୋଲ୍ ସଂଗ୍ରହ। ଆଉ ମାତ୍ର ବର୍ଷକ ପରେ ଏହି ସୁବିଧା ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ। ଆଜି ସଂସଦରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ। ଟୋଲ ବୁଥରେ ଶହ ଶହ ଗାଡ଼ି ଠିଆ ହୋଇ ଟୋଲ ଦେଉଥିବାରୁ ରାସ୍ତା ଜାମ ହେବାର ସମସ୍ୟା ଦେଖାଦେଉଛି। ଅନେକ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଗାଡ଼ି ଠିଆ ହୋଇ ରହୁଛି। ଫାସଟ୍ୟାଗ୍ ବ୍ୟବସ୍ଥା ଦ୍ବାରା ଭିଡ଼ କମିିଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ସମ୍ପୂର୍ଣ୍ଣ ରୂପେ ହୋଇପାରି ନାହିଁ।

ଏହାକୁ ଦୃଷ୍ଟିରେ ରଖି ବର୍ଷକ ମଧ୍ୟରେ ସମସ୍ତ ଟୋଲ ବୁଥ ହଟାଇଦିଆଯିବ। ଆସନ୍ତା ଏକ ବର୍ଷ ମଧ୍ୟରେ ଭାରତ ସମ୍ପୂର୍ଣ୍ଣ ଜିପିଏସ୍ ଆଧାରିତ ଟୋଲ୍ ସଂଗ୍ରହ ପ୍ରଣାଳୀ କାର୍ଯ୍ୟକାରୀ କରିବ ବୋଲି କହିଛନ୍ତି ନିତିନ ଗଡ଼କରୀ। ରାସ୍ତାରେ ଜିପିଏସ୍ ଆଧାରିତ ସିଷ୍ଟମ୍ ରହିବ ଯାହା କାରଗୁଡ଼ିକୁ ଟ୍ରାକ୍ କରିବ ଏବଂ ସେହି ଅନୁଯାୟୀ ଟୋଲ ଆଦାୟ କରିବ। ଥରେ ଏହି ସିଷ୍ଟମ କାର୍ଯ୍ୟକ୍ଷମ ହେବା ପରେ ଲୋକଙ୍କୁ ଆଉ ଠିଆ ହୋଇ ଟୋଲ ଦେବାକୁ ପଡ଼ିବ ନାହିଁ।

 

News18

ତେବେ ଫାସଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୯୩ପ୍ରତିଶତ ଲୋକ ଫାସଟ୍ୟାଗ୍ କରିଛନ୍ତି। କିନ୍ତୁ ବାକି ୭ପ୍ରତିଶତ ଲୋକ ଦୁଇଗୁଣା ଟୋଲ ଦେଉଥିଲେ ମଧ୍ୟ ଫାସଟ୍ୟାଗ୍ କରୁନାହାନ୍ତି ବୋଲି କହିଛନ୍ତି ନିତିନ ଗଡ଼କାରୀ।

ସମ୍ବନ୍ଧିତ ଖବର