ନୂଆଦିଲ୍ଲୀ: ଅପେକ୍ଷା ସରିଲା, ମହାକାଶ ମିଶନ ଆରମ୍ଭ ହେଲା । ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ । ନାସାର କେନେଡି ସେଣ୍ଟରରୁ ହେଲା ଉତକ୍ଷେପଣ । ଫାଲକନ୍-୯ ରକେଟ୍ ଦ୍ବାରା ହେଲା ସଫଳ ଉତକ୍ଷେପଣ । ତେବେ ଏହି ଉତକ୍ଷେପଣ ସହ ମହାକାଶକୁ ଗଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଭାରତ ପାଇଁ ଆଜି ଗର୍ବର ଓ ଗୌରବର ଦିନ । ମହାକାଶକୁ ଉଡାଣ ଭରି ଭାରତ ପାଇଁ ଇତିହାସ ରଚିଲେ ଶୁଭାଂଶୁ । ୪୧ ବର୍ଷ ପରେ ମହାକାଶ ଗଲେ ୨ୟ ଭାରତୀୟ ।
WATCH | #Axiom4Mission lifts off from NASA's Kennedy Space Centre in Florida, US. The mission is being piloted by India's IAF Group Captain Shubhanshu Shukla. The crew is travelling to the International Space Station (ISS) on a new SpaceX Dragon spacecraft on the company's Falcon… pic.twitter.com/jPDKcB44NM
— ANI (@ANI) June 25, 2025
ତେବେ ଭାରତୀୟ ସମୟ ଠିକ୍ ଦିନ ୧୨ଟା ୧ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ ମିସନ-୪ ଆରମ୍ଭ ହୋଇଛି । ସ୍ପେସ୍ ଏକ୍ସର ଆକ୍ସିଅମ ମିସନ-୪ର ଉତକ୍ଷେପଣ ହୋଇଛି । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେସ୍ ଏକ୍ସ ମିସନ୍-ଆକ୍ସିଅମ-୪ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ।
ତେବେ ଏହା ହେଉଛି ଆକ୍ସିଅମ ୪, ନାସା ଓ ସ୍ପେସ୍ଏକ୍ସର ମିଳିତ ମିଶନ । ପୂର୍ବରୁ ୫ ଥର ମିଶନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିଶନ ପୂର୍ବରୁ ବାତିଲ କରାଯାଇଥିଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାଇଛନ୍ତି । ଏହାସହ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ଶୁଭାଂଶୁ । ପୂର୍ବରୁ ରାକେଶ ଶର୍ମା ୧୯୮୪ରେ ମହାକାଶ ଯାଇଥିଲେ । ଏହା ପରେ ଶୁଭାଂଶୁ ୨୦୨୫ରେ ଭାରତୀୟ ଭାବେ ମହାକାଶ ଯାଉଛନ୍ତି ।