ଖରାପ ପାଗ ଯୋଗୁଁ ଅଟକିଲା ଶୁଭାଂଶୁଙ୍କ ମହାକାଶ ଯାତ୍ରା

ଖରାପ ପାଗ ଯୋଗୁଁ ଏକ୍ସିମ-୪ ମିସନକୁ ଜୁନ୍ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ମିସନ ମାଧ୍ୟମରେ ଭାରତର ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଓ ଅନ୍ୟ ୩ ଜଣ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯିବେ ।

iss

ବେଙ୍ଗାଲୁରୁ : ଖରାପ ପାଗ ଯୋଗୁଁ, ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ଯାତ୍ରା ପାଇଁ ଉଦ୍ଦିଷ୍ଟ ଏକ୍ସିମ-୪ ମିସନକୁ ଜୁନ୍ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ମିସନ ମାଧ୍ୟମରେ ଭାରତର ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଅନ୍ୟ ତିନି ଜଣ କ୍ରୁ ସଦସ୍ୟଙ୍କ ସହିତ ମହାକାଶ ଯାତ୍ରା କରିବାର ଥିଲା। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ସରକାରୀ ଏକ୍ସ ହ୍ୟାଣ୍ଡେଲରୁ ପୋଷ୍ଟ କରି ଏହି ସୂଚନା ଦେଇଛି। ଇସ୍ରୋ କହିଛି ଯେ ଏହାର ଉତକ୍ଷେପଣ ଜୁନ୍ ୧୧ ସନ୍ଧ୍ୟା ୫.୩୦ ରେ ହେବ।

ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି। ଶୁଭାଂଶୁ ଶୁକ୍ଲାଙ୍କ ଏହି ଯାତ୍ରା ୧୯୮୪ରେ ରାକେଶ ଶର୍ମାଙ୍କ ଯାତ୍ରାର ଚାରି ଦଶନ୍ଧି ପରେ ଘଟୁଛି।

ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି। ଶୁଭାଂଶୁ ଶୁକ୍ଲାଙ୍କ ଏହି ଯାତ୍ରା ୧୯୮୪ରେ ରାକେଶ ଶର୍ମାଙ୍କ ଯାତ୍ରାର ଚାରି ଦଶନ୍ଧି ପରେ ଘଟୁଛି। ସେ ରୁଷିଆର ସୋୟୁଜ୍ ମହାକାଶଯାନରେ ମହାକାଶ ଯାତ୍ରା କରିଥିଲେ। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଘୋଷଣା କରିଥିଲେ ଯେ ଭାରତର ପୁଅ ଏବଂ ଝିଅମାନେ ବହୁତ ଶୀଘ୍ର ମହାକାଶକୁ ଯିବେ। ଏହା ପରେ, ୨୦୧୯ରେ ଶୁକ୍ଲାଙ୍କୁ ଇସ୍ରୋ ମହାକାଶଚାରୀ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe