ନୂଆଦିଲ୍ଲୀ: ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଇତିହାସ ସୃଷ୍ଟି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏଦିଗରେ ସେ ତାଙ୍କ କାମ ମଧ୍ୟ ଆରମ୍ଭ କରି ସାରିଲେଣି। ମହାକାଶରେ ପହଞ୍ଚିବା ପରେ ଶୁଭାଂଶୁ ଭିଡିଓ କଲ କରି ତାଙ୍କର ଅନୁଭବ ବିଶ୍ବ ସହିତ ବାଣ୍ଟିଥିଲେ। 

Advertisment

ଶୁକ୍ଲାଙ୍କ ବାପାମାଆ ମଧ୍ୟ ଏହି ବିଶେଷ ଅବସରରେ ବହୁତ ଖୁସି ଅଛନ୍ତି। ଖୁସି ପ୍ରକାଶ କରି ସେମାନେ କହିଛନ୍ତି ଯେ ତାଙ୍କ ପୁଅର ଏହି ସଫଳତା ତାଙ୍କ ବୋହୂ ବିନା ସମ୍ଭବ ହୋଇପାରି ନଥାନ୍ତା।

ଶୁଭାଂଶୁ ଶୁକ୍ଲାଙ୍କ ଆକ୍ସିୟମ୍-୪ ମିଶନ ବିଷୟରେ ମାଆ ଆଶା ଶୁକ୍ଲା କହିଛନ୍ତି, ‘ ଏହି ମୁହୂର୍ତ୍ତ ମୋ ପାଇଁ ଏବଂ ପରିବାର ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ସମଗ୍ର ସହରରେ ବିଭିନ୍ନ ସ୍ଥାନରେ ମୋ ପୁଅର ପୋଷ୍ଟର ଲଗାଯାଇଛି। । ଆମର ସମସ୍ତ ଶୁଭେଚ୍ଛା ଏବଂ ଆଶୀର୍ବାଦ ତା ସହିତ ଅଛି। ସେ ନିଶ୍ଚୟ ତାର ମିଶନରେ ସଫଳ ହେବ। ପରିଶ୍ରମ କେବେ ବୃଥା ଯାଏ ନାହିଁ।

ଶୁଭାଂଶୁ ଶୁକ୍ଳାର ସ୍ତ୍ରୀ ତଥା ଆମର ବୋହୂର ଏହି ମିଶନରେ ପୂର୍ଣ୍ଣ ସମର୍ଥନ ଅଛି। ମୁଁ ଦାବିର ସହ କହିବି ବୋହୂ ବିନା ଏହା ସମ୍ଭବ ହୋଇପାରି ନଥାନ୍ତା। ଶୁଭାଂଶୁଙ୍କ ସଫଳତାରେ ବୋହୂର ସବୁଠାରୁ ବଡ଼ ଭୂମିକା ରହିଛି। ବୋହୂ ପାଇଁ ଆଜି ଏ ମୁହୂର୍ତ୍ତ ଦେଖିବାର ସୌଭାଗ୍ୟ ମିଳିଛି।’