ଅଯୋଧ୍ୟା ବିବାଦ:ତ୍ବରିତ୍‌ ଶୁଣାଣିକୁ ନା

ନୂଆଦିଲ୍ଲୀ: ରାମ ଜନ୍ମଭୂମି- ବାବ୍ରି ମସଜିଦ୍‌ ବିବାଦ ମାମଲାର ତ୍ବରିତ୍‌ ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନକୁ ଖାରଜ କରିଦିଆଯାଇଛି। ବର୍ତ୍ତମାନ ଏହାର ତ୍ବରିତ୍‌ ଶୁଣାଣି ହୋଇ ପାରିବନାହିଁ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍‌ ଏସ୍ କେ କୌଲ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କୋର୍ଟ ଜାନୁଆରି ମାସରେ ଏକ ଉପଯୁକ୍ତ ଖଣ୍ଡପୀଠ ଅଧୀନରେ ଏହି ମାମଲାର ଶୁଣାଣି ପାଇଁ ମାମଲାଟିକୁ ତାଲିକାଭୁକ୍ତ କରିଛନ୍ତି। ଜାନୁଆରିରେ ହିଁ ମାମଲାର ଶୁଣାଣି ହେବ। ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ଆଇନଜୀବୀ ବରୁଣ କୁମାର ସିହ୍ନା ମାମଲାର ତ୍ବରିତ୍‌ ଶୁଣାଣି ପାଇଁ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର